Header ADS

ସାଇଗୌରାଙ୍ଗ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

 ସାଇଗୌରାଙ୍ଗ ଆଦର୍ଶ ବିଦ୍ୟାଳୟର

 ବାର୍ଷିକ ଉତ୍ସବ ।



ନୀଳଗିରି,୧୬/୨(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅଧୀନ ଦକ୍ଷିଣ କୁଅଁରପୁରସ୍ଥିତ ସାଇଗୌରାଙ୍ଗ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସଭାପତି ତଥା ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବାରିକ ପୌରୋହିତ୍ୟ କରିଥିଲେ । ଉଦ୍‍ଘାଟକଭାବେ ଔପଦାସ୍ଥିତ ଗେଟେଶ୍ୱର ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ମିଶ୍ର, ମୁଖ୍ୟଅତିଥିଭାବେ ପୁରୀ ସଂସ୍କୃତ ବିଦ୍ୟାଳୟର ପ୍ରଫେସର ବସନ୍ତ ମିଶ୍ର, ମୁଖ୍ୟବକ୍ତା ଇଂ. ସୁରେଶ ଚନ୍ଦ୍ର ବେହେରା, ସମ୍ମାନନୀୟ ଅତିଥିଭାବେ ସାମ୍ବାଦିକ ଅତୁଲ ସ, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ପ୍ରଧାନ, ଶିକ୍ଷାନୁଷ୍ଠାନ ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଲେଙ୍କା ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ସଂସ୍କାରୀ କରାଇଲେ ଅଞ୍ଚଳ ଶିକ୍ଷାର ଗୌରବ ହାସଲ କରି ପାରିବ ବୋଲି କହିଥିଲେ । କବି ସୁନୀଲ ମିଶ୍ର ମଞ୍ଚପରିଚାଳନା କରିଥିବା ବେଳେ ମାର୍ଗଦର୍ଶକ ଶନିଶ୍ଚରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଛି । ସବିତା ରାଉତ, ସ୍ୱପ୍ନାଲି ଦାସ, ଗୀତାଞ୍ଜଳି ସାହୁ, ରାମେଶ୍ୱରୀ ବେହେରା, ଭଗବତୀ ନାୟକ, ଦମୟନ୍ତୀ ସେଠୀ, ବନିତା ବେଜ ପ୍ରମୁଖ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Post a Comment

Previous Post Next Post
Header ADS