Header ADS

ସ୍କିଟ ଗ୍ରୁପ ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ସ୍କିଟ ଗ୍ରୁପ ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ



ନୀଳଗିରି:୧୦/୨(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ନୀଳଗିରି ସୂର୍ଣ୍ଣଚୁଡ଼ ପାହାଡର ପାଦ ଦେଶରେ ଥିବା ସୁଶୀଲ କୁମାର ଗ୍ରୁପ ଶିକ୍ଷାନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ବହୂ ଧୁମ ଧାମରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଦୁଇ ଦିବସୀୟ ବାର୍ଷିକ ଉତ୍ସବ ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନୀଳଗିରି ଶାଖା ପରିଚାଳକ ସରୋଜ ତ୍ରିପାଠୀ,ଏବଂ ଅନୁଷ୍ଠାନର ଚେୟାରମେନ ସୁଦର୍ଶନ ସିଂ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଜଗନ୍ନାଥ ଙ୍କ ପଟ୍ଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ଼ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ । ଅଭିଭାଷଣରେ ଉକ୍ତ ଶିକ୍ଷାନୁଷ୍ଠାନ ଅନେକ ଛାତ୍ର ଛାତ୍ରୀଙ୍କୁ ପାସ କରିବା ପରେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବାରୁ ପ୍ରଶଂସା କରିଥିଲେ । ଆୟୋଜକ ତଥା ମୁଖ୍ୟ ବକ୍ତା ଭାବେ ସ୍କିଟ ଗ୍ରୁପ ଶିକ୍ଷାନୁଷ୍ଠାନ ର ଡାଇରେକ୍ଟର ଇଂ ଉପାଲି ଉପମିତା ପ୍ରଧାନ ମଞ୍ଚାସିନ ଥାଇ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଇଂ ସୁଶୀଲ ସିଂଙ୍କର ଉଚ୍ଚ ମନ ଓ଼ ଜଣେ ଆଦର୍ଶ ଶିକ୍ଷାବିତ ଭାବେ ବେଶ ଜିଲ୍ଲା ଓ଼ ଜିଲ୍ଲା ବାହାରେ ପରିଚିତ ଥିବା ବେଳେ ତାଙ୍କର ଉଦ୍ୟମ ଆଜି ବ୍ୟର୍ଥ ଯାଇନାହିଁ । ଭବିଷ୍ୟତରେ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟାୟନ କରିଥିବା ଛାତ୍ର ଛାତ୍ରୀ ମାନେ ଜଣେ ଜଣେ ସୁଶୀଲ ସିଂ ଭଲିଆ ଶିକ୍ଷାବିତ ହୋଇ ବାହାରନ୍ତୁ ବୋଲି ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ସୁଦାମ ସିଂ, ଆରକେ ଆବାସିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ନାୟକ ମଞ୍ଚାସିନ ଥାଇ ନିଜର ବହୁମୂଲ୍ୟ ଅଭିଭାଷଣ ଦେଇଥିଲେ । ଉକ୍ତ ଆର.କେ. ସି. ଏ. ଟି ଗ୍ରୁପ୍ ଅଧ୍ୟକ୍ଷ ପ୍ରେମାନନ୍ଦ ପ୍ରଧାନ, ଆରକେ ରେସିଡେଣ୍ଟାଲ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପ୍ରଧାନ, ଆରକେ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ପ୍ରତିଭା ଦାସବାବୁ ପ୍ରମୁଖ ମଞ୍ଚସିନ ଥିଲେ । ଶିକ୍ଷକ ବାମନ ଚରଣ ମହାନ୍ତି ବାର୍ଷିକ ବିବରଣୀ ପାଠ ଓ଼ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠିତ ବାର୍ଷିକ ଉତ୍ସବକୁ ବିଭିନ୍ନ ଶିକ୍ଷାନୁଷ୍ଠାନର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଦିବସଟିକୁ ସ୍ୱର୍ଣ୍ଣିମ କରିଥିଲେ । ଉକ୍ତ ଉତ୍ସବରେ ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ଦ୍ୱିତୀୟ ତଥା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବଂ ନୀଳଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଗୋପାଳ ଚଦ୍ର କର୍ଣ୍ଣ ଅନୁଷ୍ଠାନିକ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିବା ସହିତ ପିଲାମାନଙ୍କ ଉର୍ଦ୍ଦେଶ୍ଯରେ ମହତ ବାଣୀ ରଖିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Post a Comment

Previous Post Next Post
Header ADS