ସିମୁଳିଆରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ।
ନୀଳଗିରି,୧୧/୨(ଓଡ଼ିଶା ଆଦର୍ଶ):ନିଳଗିରି ଏନ୍ ଏ ସି ଅଧିନସ୍ଥ ସିମୁଳିଆ ଗ୍ରାମରେ ମହାଆଡମ୍ବରରେ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବଙ୍କ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଅଛି। ସକାଳେ ୧୦ଟା ସମୟରେ ୧୦୮ମହିଳା କଳସ ଯାତ୍ରାରେ ବାହାରି ଥିଲେ। ପୋଖୋରି ତୁଠରେ ବ୍ରାହ୍ମଣ ପୂଜା ଅର୍ଚ୍ଚନା କଲା ପରେ ପୂର୍ଣ୍ଣ କଳସ ଧରି ମହିଳାମାନେ ପୀଠ ସ୍ଥଳକୁ ଆସିଲା ପରେ ବ୍ରାହ୍ମଣ ସମସ୍ତଙ୍କୁ ସଂକଳ୍ପ କରିଥିଲେ। ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ହରିନାମ ଶବ୍ଦରେ ପ୍ରକମ୍ପିତ ହୋଇପଡ଼ିଥିଲା। ପରେ ଶ୍ରୀଶ୍ରୀ ମହାପ୍ରଭୁଙ୍କ ଅଷ୍ଟପ୍ରହରୀ, ନାମ, ଯଜ୍ଞ ଆରମ୍ଭ ହୋଇଥିଲା। ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି।
ମୁଖ୍ୟ ଘଟକ ଭାବେ ଭଗବାନ ମହଲ ସାମିଲ ହୋଇଥିଲେ। ଦୁଇ ଦିନ ଧରି ପ୍ରସାଦ ସେବନର ଆୟୋଜନ କରାଯାଇଥିବା ବେଳେ ଶହ ଶହ ଭକ୍ତ ପ୍ରସାଦ ସେବନ କରିଥିଲେ। ୨୪ଘଣ୍ଟା ଧରି ଅହରହ ମହାପ୍ରଭୁଙ୍କ ନାମ କୀର୍ତ୍ତନ କରାଯାଇଥିଲା। ଗ୍ରାମର ଗୌରହରି ମହଲ ରବୀନ୍ଦ୍ର ମହଲ ହରିହର ବେହେରା ପ୍ରଫୁଲ୍ଲ ଦଳାଇ, ସୁଦର୍ଶନ ମହାନ୍ତି, ସୁଦର୍ଶନ ଦଳାଇ, ବିଷ୍ଣୁ ମହଲ, କରୁଣାକର ବେହେରା ଦୀପକ ଗୋଛାୟତ, ଅନନ୍ତ ମହଲ, ରାମଚନ୍ଦ୍ର ମହଲ ବ୍ରହ୍ମାନନ୍ଦ ମହଲ ସତ୍ୟନାରାୟଣ ଦଳାଇ, ଭଗବାନ ମହଲ, କମଳାକାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ବହୁ ଭକ୍ତଙ୍କ ସମାଗମ ହେବ ବୋଲି ସୂଚନା ରହିଛି।
Post a Comment