Header ADS

ନୀଳଗିରି ପୋଲିସ ପକ୍ଷରୁ ସହୀଦ ଦିବସ ପାଳିତ

 ନୀଳଗିରି ପୋଲିସ ପକ୍ଷରୁ 

ସହୀଦ ଦିବସ ପାଳିତ।


ନୀଳଗିରି ,୩୧/୧(ଓଡ଼ିଶା ଆଦର୍ଶ):ପରାଧୀନ ଭାରତରେ ଯେଉଁ ମହାମନିଷୀ ମାନଙ୍କର ଦେଶପ୍ରୀତି, ସଂଗ୍ରାମ ଓ ବଳିଦାନ ପାଇଁ ଭାରତବର୍ଷ ସ୍ବାଧୀନତା ହାସଲ କରିଥିଲା ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଜାତିରପିତା ମହାତ୍ମା ଗାନ୍ଧୀ ଅନ୍ୟତମ। ଅହିଂସା ମାର୍ଗରେ ଦେଶପ୍ରେମ ଜାଗ୍ରତ କରି ଇଂରେଜ ମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲେ। ଏପରି ମହାମାନବଙ୍କୁ ୧୯୪୮ମସିହା ଜାନୁଆରୀ ୩୦ତାରିଖରେ ଜଣେ ଆତତାୟୀ ଗୁଳିରେ ମୃତ୍ୟୁବରଣ କରିବାକୁ ପଡ଼ିଥିଲା। ତାଙ୍କର ଏହି ମହାପ୍ରୟାଣ ଦିବସକୁ ପ୍ରତିବର୍ଷ ଜାନୁଆରୀ ୩୦ତାରିଖରେ ଦେଶମାତୃକା ସହିଦ ଦିବସ ଭାବରେ ପାଳନ କରିଆସୁଛି। ଏହି ଉପଲକ୍ଷେ ନୀଳଗିରି ଉପଖଣ୍ଡ ପୋଲିସ, ଥାନା ପରିସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସହିତ ସବ୍ ଇନ୍ସପେକ୍ଟର ଦିଲ୍ଲୀପ ସେନାପତି, ଚିତ୍ତରଞ୍ଜନ ନାୟକ, ଜିତେନ୍ ନାୟକ, ଭାଗବତ ରାଉତ, ଅନନ୍ତ ମୁର୍ମୁଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ଥିଲେ।

Post a Comment

أحدث أقدم
Header ADS