Header ADS

କୃଷି ଉଦ୍ୟାନ ବିଭାଗ ତରଫରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ।

 କୃଷି ଉଦ୍ୟାନ ବିଭାଗ ତରଫରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ  କର୍ମଶାଳା ଅନୁଷ୍ଠିତ।



ବାଲିଗୁଡା,୨୯/୧(ସନ୍ଦୀପ କୁମାର ନାୟକ):ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଦୁର୍ଗମ ଓ ଆଦିବାସୀ ବହୁଳ  ଦୁର୍ଗାପାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ଉଦ୍ୟାନ ବିଭାଗ ତରଫରୁ  ଦକ୍ଷତା ବିକାଶ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ। ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ସରପଞ୍ଚ ବାଳବତି ମାଝୀ ଙ୍କ ଉପସ୍ଥିତିରେ ଉଦ୍ୟାନ କୃଷି ମେଳା ଅନୁଷ୍ଠିତ ହୋଇଛି । ଦୁର୍ଗାପାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ଅତିରିକ୍ତ ଉଦ୍ୟାନ ବିଭାଗ ଅଧିକାରୀ ଦେବାଶିଷ ମଲ୍ଲିକ, ଅନନ୍ତ ପ୍ରଧାନ ଉଦ୍ୟାନ ବିଭାଗ ଅଧିକାରୀ, ରବି ବେହେରା ମାଝୀ ଉଦ୍ୟାନ ସାଥି ଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀ ଙ୍କ ହିତ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଗ୍ରାମପଞ୍ଚାୟତର ସରପଞ୍ଚ ବାଳମତି ମାଝୀ କୃଷି ବିଭାଗ ଅଧିକାରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ କୃଷି ଭିତ୍ତିକ କର୍ମଶାଳା ଆରମ୍ଭ ହୋଇଥିଲା। ଏହି କାଯ୍ୟକ୍ରମରେ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ଗାଁ ସାଥି, ଆକାଶ ନାୟକ, ସୁଶାନ୍ତ ନାୟକ, ଟ୍ରନିକ ମାଝୀ ଙ୍କ ସମେତ ବୁଦ୍ଧିଜୀବୀ ପୁଣି ଗ୍ରାମବାସି ସମସ୍ତେ ଉପସ୍ଥିତ ଥିଲେ।ଗ୍ରାମବାସି ମାନଙ୍କୁ ବିଭିର୍ଣ୍ଣ ପ୍ରକାର ଚାରା ରୋପଣ କରି ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଏହି କର୍ମଶାଳାରେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପ୍ରାଞ୍ଜଳ ଭାବେ ବୁଝାଯାଇଥିଲା।ଆଗାମୀ ଦିନରେ ପ୍ରତି ଘରକୁ କୃଷି ଭିତ୍ତିକ ଚାରା, ସାର ସହିତ କିଛି ଆବଶ୍ୟକୀୟ ସାମଗ୍ରୀ ଦିଆଯିବ ବୋଲି ଅଧିକାରୀ ମାନେ କହିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ସ୍ଥାନୀୟ ସରପଞ୍ଚ ବାଳମତି ମାଝୀ ଧନ୍ୟବାଦ ଅର୍ପଣ କରି କର୍ମଶାଳା କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Post a Comment

أحدث أقدم
Header ADS