Header ADS

ଓଡିଶାରେ ପ୍ରଥମଥର ପାଇଁ ପିଆଜର ନୂତନ କିସମ "ଅର୍କକଲ୍ୟାଣ" ବିକ୍ରେତା ହାତେଇଲା ନୀଳଗିରିର ଏସ.ଏସ ଆଗ୍ରୋଟେକ।

 ଓଡିଶାରେ ପ୍ରଥମଥର ପାଇଁ  ପିଆଜର ନୂତନ କିସମ "ଅର୍କକଲ୍ୟାଣ" ବିକ୍ରେତା ହାତେଇଲା ନୀଳଗିରିର ଏସ.ଏସ ଆଗ୍ରୋଟେକ।


ନୀଳଗିରି,୨୬/୧(ଓଡ଼ିଶା ଆଦର୍ଶ):ଭାରତ ସରକାରଙ୍କ କୃଷିମନ୍ତ୍ରଣାଳୟ ଆନୁକୁଲ୍ୟରେ ସ୍ଵଂୟ ସଂଚାଳିତ ଭାରତୀୟ କୃଷିଗବେଷଣା ପରିଷଦ ଏବଂ କେନ୍ଦ୍ରୀୟ ଉଦ୍ୟାନକୃଷି ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଜାତୀୟ ଶସ୍ୟ ପରିଚାଳନା ସମ୍ମିଳନୀ ଭୁବନେଶ୍ବରର ଆଇଗିଣିଆ ଠାରେ ଆୟୋଜିତ ହୋଇଯାଇଛି।ବୁଧବାର ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗର ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ଆଇ.ସି.ଏ.ଆର ର ନିର୍ଦ୍ଦେଶକ ଡ. ହିମାଂଶୁ ପାଠକ, ପୂର୍ବତନ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଡ.ଶୋଭନ କୁମାର ପଟ୍ଟନାୟକ,ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ,ନୂଆଦିଲ୍ଲୀ ଆଇ.ସି.ଏ.ଆର ଉପ ମହାନିର୍ଦ୍ଦେଶକ  ପ୍ରଫେସର ସଞ୍ଜୟ କୁମାର ସିଂହ ,ନୂଆଦିଲ୍ଲୀ ଆଇ.ସି.ଏ.ଆର ଅତିରିକ୍ତ ମହାନିର୍ଦ୍ଦେଶକ ସୁଧାକର ପାଣ୍ଡେ ଏବଂ ବାଙ୍ଗାଲୋର ଆଇ.ସି.ଏ.ଆର ନିର୍ଦ୍ଦେଶକ ତୁଷାରକାନ୍ତୀ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ନୀଳଗିରି ଏସ.ଏସ.ଆଗ୍ରୋଟେକ ସଂସ୍ଥାର ମୁଖ୍ୟ ସଞ୍ଜୟ କୁମାର ଭୋଳଙ୍କୁ ସମ୍ମାନିତ କରାଯିବା ସହିତ ନୂତନ ଭାବେ ବିକଶିତ ପିଆଜ ମଞ୍ଜି “ଅର୍କ କଲ୍ୟାଣ” କିସମର ସ୍ବତନ୍ତ୍ର ଅଧିକୃତ ବିକ୍ରେତା ପ୍ରଦାନ  କରାଯାଇଛି । ତେବେ ଏହି ସଫଳତା ହାସଲ କରିଥିବାରୁ ନୀଳଗିରି ଏବଂ ବାଲେଶ୍ୱର ଜିଲ୍ଲାରୁ ବହୁ ଶୁଭେଚ୍ଛୁ ସଞ୍ଜୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ସଫଳତା ପାଇଁ କେନ୍ଦ୍ରୀୟ ଉଦ୍ୟାନକୃଷି ଗବେଷଣା କେନ୍ଦ୍ରର ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ବୈଜ୍ଞାନିକ ଶ୍ରୀନିବାସ ପେଟକମ୍, ନିର୍ଦ୍ଦେଶକ ତୁଷାରକାନ୍ତ ବେହେରା ଏବଂ ଓଡ଼ିଶା ସରକାରଙ୍କ କୃଷି ଓ ଉଦ୍ୟାନକୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ଶ୍ରୀଯୁକ୍ତ ଭୋଳ ଧନ୍ୟବାଦ ଜଣାଇଛନ୍ତି।

Post a Comment

أحدث أقدم
Header ADS