ନୀଳଗିରି ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ।
ନୀଳଗିରିର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରୁ ଆସିଥିବା ୪୨ଟି ଟ୍ରୁପର ଛାତ୍ରଛାତ୍ରୀ ମାନେ ସାଧାରଣତନ୍ତ୍ର ଦିବସ ପାଳନରେ ଅଂଶଗ୍ରହଣ କରିଥିଲେ। ଏହି ଜାତୀୟଦିବସ ପାଳନ ଉପଲକ୍ଷେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା - ପ୍ରବନ୍ଧ, ବକ୍ତୃତା, ଦେଶାତ୍ମବୋଧକ ସଂଗୀତ ଆୟୋଜିତ ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଉପଖଣ୍ଡ ଥାନାଅଧିକାରୀ ସରୋଜ କୁମାର ଉପାଧ୍ୟାୟ ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ସ୍ଥାନୀୟବିଧାୟକ ସନ୍ତୋଷ ଖଟୁଆ, ତହସିଲଦାର ସୋନମ ଦାସ, ବିଡ଼ିଓ ବିକ୍ରମ କେଶରୀ ପରିଡା, ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ, କୁଲଡିହା ରେଞ୍ଜର ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅଗ୍ରଣୀ କୃଷକ ଭାବେ ସନାତନ ମହାନ୍ତିଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ସଂଯୋଜନା କରିଥିଲେ।
إرسال تعليق