Header ADS

୧୧୨ ବର୍ଷ ରେ ସ୍ଵାଧୀନତା ସଂଗ୍ରାମୀ ଙ୍କ ସହଧର୍ମିଣୀ ଙ୍କ ମୃତ୍ୟୁ

 ୧୧୨ ବର୍ଷ ରେ ସ୍ଵାଧୀନତା ସଂଗ୍ରାମୀ ଙ୍କ ସହଧର୍ମିଣୀ ଙ୍କ ମୃତ୍ୟୁ


ନୀଳଗିରି,୨୯/୧(ଓଡ଼ିଶା ଆଦର୍ଶ):ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ବାଞ୍ଛାନିଧି ଷଡ଼ଙ୍ଗୀ ତଥା ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଙ୍କ ଶାଶୁ ଙ୍କର ୧୧୨ ବର୍ଷ ରେ ଦେହାନ୍ତ ହୋଇଛି। ସୂଚନାରୁ ଜଣାଯାଇଛି, ସ୍ଵାଧୀନତା ସଂଗ୍ରାମୀ ବାଞ୍ଛାନିଧି ଙ୍କ ମୃତ୍ୟୁ ୧୦୨ ବର୍ଷ ରେ ହୋଇଥିଲା।ସେବେ ଠାରୁ ତାଙ୍କ ସହଧର୍ମିଣୀ ନିଧିମଣି ଷଡ଼ଙ୍ଗୀ ଜୋଇଁ ଓ ବଡ ଝିଅ ତଥା ନୀଳଗିରି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷା ଜୟନ୍ତୀ ଆଚାର୍ଯ୍ୟ ଙ୍କ ଘରେ ରହୁଥିଲେ।ଅତ୍ୟଧିକ ଥଣ୍ଡା ତଥା ବୟସାଧିକ ପାଇଁ ଆଜି ଦିନ ୨ଘଟିକା ୨୦ ମିନିଟ୍ ସମୟ ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ର ରୁ ପ୍ରକାଶ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ବଡ଼ ଜୋଇଁ ଅକ୍ଷୟ ଝିଅ ଜୟନ୍ତୀ, ସାନ ଝିଅ ସୁମତି ଲତା , ସାନ ଜୋଇଁ ଅନ୍ତର୍ଯ୍ୟାମୀ ଙ୍କ ସମେତ ସମସ୍ତ ନାତି, ନାତୁଣୀ,ପଣ ନାତି /ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ,ତାଙ୍କର ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଆସି,ତାଙ୍କ ମର ଶରୀର ରେ ଶ୍ରଦ୍ଧା ସୁମନ ଦେବା ସହିତ ଶେଷ ଦର୍ଶନ କରିଥିବା ଜଣାଯାଇଛି।ଅନ୍ୟ ପକ୍ଷରେ, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ମହଲ ଓ ପ୍ରଫୁଲ୍ଲ ମହାନ୍ତି ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ଜଣା ଯାଇଛି।

Post a Comment

Previous Post Next Post
Header ADS