ବାଲିଗୁଡାରେ ଅଜଣା ବ୍ୟକ୍ତିର ମୃତଦେହ,
ଏ ପର୍ଯ୍ୟନ୍ତ ମିଳିପାରିନି ପରିଚୟ ।
ବାଲିଗୁଡା,୪/୧/୨୫ (ସନ୍ଦୀପ କୁମାର ନାୟକ) : ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଜଣା ବ୍ୟକ୍ତିର ମୃତଦେହ, ଏ ପର୍ଯ୍ୟନ୍ତ ମିଳିପାରିନି ମୃତକଙ୍କ ପରିଚୟ। ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ୫୯ ନଂ ଜାତୀୟ ରାଜପଥ ବାଟଗୁଡା ପଞ୍ଚାୟତ ମିଡିଆପାଙ୍ଗା ପିଚୁ ପ୍ଲାଣ୍ଟ ପାଖରେ ଏକ ଯୁବକ ରାସ୍ତା କଡରେ ପଡିରହିଥିବା ଦେଖି ବାଲିଗୁଡାର ଜଣାଶୁଣା ସମାଜସେବୀ ଅରୁଣ କୁମାର ନାୟକ, ବାଟଗୁଡା ସରପଞ୍ଚ ପ୍ରତାପ ମଲ୍ଲିକ ଯୁବକଙ୍କୁ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିଛି ସମୟ ପରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅରୁଣ କୁମାର ନାୟକ ଏବଂ ବାଟଗୁଡା ସରପଞ୍ଚ ଏହି ସମସ୍ତ ଘଟଣା ବାଲିଗୁଡା ଥାନାକୁ ଯାଇ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କୁ ଜଣେଇଥିଲେ। ବାଲିଗୁଡା ଥାନାରେ କେଶ ନଂ ୩/୨୫ ୟୁ/ ଏସ ୨୦ (ଏ) ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ।ଏ ପର୍ଯ୍ୟନ୍ତ ସେହି ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଯଦି କେହି ସହୃଦୟ ବ୍ୟକ୍ତି ଏହି ମୃତ ଯୁବକଙ୍କ ପରିଚୟ ପାଆନ୍ତି ତେବେ ବାଲିଗୁଡା ଥାନା କୁ ଜଣେଇବା ନିମନ୍ତେ ଅନୁରୋଧ।
Post a Comment