ଅନନ୍ତ କିଶୋର ବିଦ୍ୟାପିଠ ଓ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟର ମିଳିତ ବାର୍ଷିକ କ୍ରିଡା ଉତ୍ସବ
ଜଗତସିଂହପୁର,୨୬/୧(ଓଡ଼ିଶା ଆଦର୍ଶ ବ୍ୟୁରୋ):ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ଗ୍ରାମପଞ୍ଚାୟତର ଖୁରାଣ୍ଟ ବାଲିତୁଠ ସ୍ଥିତ ଅନନ୍ତ କିଶୋର ବିଦ୍ୟାପିଠ ଓ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟର ମିଳିତ ବାର୍ଷିକ କ୍ରିଡା ଉତ୍ସବ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ସାମନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ୨ ଦିନ ବ୍ଯାପି ଏହି କ୍ରିଡ଼ା ଉତ୍ସବରେ ବହୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ । କ୍ରିଡାରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମିଳିତ କ୍ରିଡା ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ସାରଦା ପ୍ରସନ୍ନ ଜେନା ଓ ବାଲିଘର ସମ୍ପାଦକ କୈଳାସ ଚନ୍ଦ୍ର ସ୍ବାଇଁ । ଏହି ଉତ୍ସବରେ ଅନନ୍ତ କିଶୋର ବିଦ୍ୟାପିଠ ଓ ବାଲୁଙ୍କେଶ୍ଵର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ସହଯୋଗ କରିଥିଲେ ଯୁବ ସମାଜସେବୀ ଗୋବିନ୍ଦ ପାତ୍ର, ଗୋପାଳ ସାମନ୍ତ, ଦିବାକର କୁଅଁର । ଏହି କ୍ରିଡ଼ାର ସାସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅମଲ କୁମାର ସାସମଲ ।
Post a Comment