Header ADS

ତୁମୁଡିବନ୍ଧ ମଣ୍ଡଳ ର ନୂତନ ବିଜେପି ସଭାପତି ଚୟନ।

 ତୁମୁଡିବନ୍ଧ ମଣ୍ଡଳ ର ନୂତନ ବିଜେପି ସଭାପତି ଚୟନ। 



ବାଲିଗୁଡା, ୧୦/୧(ସନ୍ଦୀପ କୁମାର ନାୟକ): ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ମଣ୍ଡଳ ସଭାପତି ଙ୍କ ନାମ ଘୋଷଣା କରାଯାଇଛି। ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ତୁମୁଡ଼ିବନ୍ଧ ମଣ୍ଡଳ ସଭାପତି ଭାବେ ସର୍ମେଶ୍ଵର ମାଝୀ ଙ୍କୁ ଚୟନ କରାଯାଇଛି । ଏହା ପୁର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ କୁ ସଫଳତା ର ସହ ଦାୟିତ୍ୱ ତୁଲାଇଛନ୍ତି ସର୍ମେଶ୍ବର। ତୁମୁଡ଼ିବନ୍ଧ ମଣ୍ଡଳ ସଭାପତି ହେଲା ପରେ ନଗର ସଙ୍ଗଠନ କୁ ସୁଦୃଢ଼ କରିବେ ବୋଲି ସୂଚନା ଦେଇଛନ୍ତି ନୂତନ ମଣ୍ଡଳ ସଭାପତି । ମଣ୍ଡଳ ସଭାପତି ହେବା ପରେ ଆଗାମୀ ଦିନରେ ଦଳ ପକ୍ଷରୁ ଯାହା ଦାୟିତ୍ଵ ମିଳିବ ତାକୁ ସୁଚାରୁ ରୂପେ ତୁଲାଇବା ସହ ଦଳର ସଂଗଠନକୁ ସୁଦୃଢ କରିବି ଏବଂ ତୁମୁଡ଼ିବନ୍ଧ ବ୍ଲକ ର ବିକାଶ ପାଇଁ ପ୍ରୟାସ ଜାରି ରଖିବି ବୋଲି କହିଛନ୍ତି ସର୍ମେଶ୍ବର ମାଝୀ । ନୂତନ ଭାବେ ମଣ୍ଡଳ ସଭାପତି ଚୟନ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ଙ୍କ ସମେତ ସମସ୍ତ ତୁମୁଡ଼ିବନ୍ଧ ମଣ୍ଡଳ ର ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି । କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ , ଜିଲ୍ଲା ଉପସଭାପତି ତଥା କନ୍ଧମାଳ ସାଂସଦ ଙ୍କ ବ୍ଲକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଙ୍କ ସମେତ ତୁମୁଡ଼ିବନ୍ଧ ଅଞ୍ଚଳର ସମସ୍ତ ନେତୃବୃନ୍ଦ ଓ କର୍ମୀ ସର୍ମେଶ୍ୱର ମାଝୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Post a Comment

Previous Post Next Post
Header ADS