Header ADS

No title

 ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଜାରୀ ରହିବ ବର୍ଷା। କାଲି ଠାରୁ ବଢିବ ଶିତର ପ୍ରକୋପ 


ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଓ୍ବେଲମାର୍କ ଲୋପ୍ରେସର। ଯାହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବ। ଆଉ ଯାହାର ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇଛି।

ଆଜି ମଧ୍ୟ ଅନେକ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିଛି। ସକାଳୁ କୋହଲା ପାଗ ସହ କିଛିସ୍ଥାନରେ ପ୍ରବଳ ବର୍ଷା ସହ ଆଉ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଛି।


ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଜି ଉପକୂଳ ଓଡିଶାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ,ସୋନପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ବର୍ଷାର ପରିମାଣ ଅଧିକ ରହିବ। ଆସନ୍ତା କାଲି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

୨୭ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ବର୍ଷା। ତେବେ ବର୍ଷା ସହ କାଲିଠୁ ଆହୁରି ବଢିବ ଶୀତର ପ୍ରକୋପ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Post a Comment

Previous Post Next Post
Header ADS