Header ADS

No title

 କ. ନୂଆଗାଁ ପୋଲିସ ନଷ୍ଟ କଲେ ୧୧୬ ଏକର ଗଞ୍ଜେଇ ଗଛ।



ବାଲିଗୁଡା,୭/୧୨(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରୁ  ୧୧୬ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି । କିଛିଦିନ ତଳେ କ. ନୂଆଗାଁ ଥାନା ଅଞ୍ଚଳ ରୁ ପାଖା ପାଖି ୧୨୨ରୁ ଉର୍ଦ୍ଧ ଏକର ଗଂଜେଇ ଚାଷ ଗଛ ସାଇନପଡା ଓ ମୁଣ୍ଡାରଗାଁ ଅଞ୍ଚଳରୁ ନଷ୍ଟ କରିଥିବା ବେଳେ ପୁଣି ଶନିବାର ଦିନ ନୂଆଗାଁ ଥାନା ଅନ୍ତର୍ଗତ  ସିର୍ତ୍ତିଗୁଡା , କାଣ୍ଡିବନ୍ଧ ଓ ଡେପାକେତା ଅଞ୍ଚଳ ରେ ହୋଇଥିବା ୧୧୬ଏକର ବେଆଇନ ଗଞ୍ଜେଇ ଗଛ ନଷ୍ଟ କରିଛି।ଏହି ଅଞ୍ଚଳରେ ବେଆଇନ ଗଂଜେଇ ଚାଷ କରାଯାଇଥିବା ବିଶେଷ ସୂତ୍ରରୁ ଖବର ପାଇ  ଏକ ସ୍ୱତନ୍ତ୍ର ଟିମ ଗଠନ କରି ପ୍ରାୟ ୧୧୬ ଏକର ଗଂଜେଇ ଗଛକୁ କାଟିବାରେ ସଫଳ ହୋଇଛି କ. ନୂଆଗାଁ ପୋଲିସ।ତେବେ କ. ନୂଆଗାଁ ପୋଲିସ ଉପସ୍ଥିତିରେ ଏହି ବେଆଇନ ଗଂଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ଦେଇଛନ୍ତି  ଥାନା ଅଧିକାରୀ ପି.ସ୍ୱରୂପ କିସନ ।

Post a Comment

Previous Post Next Post
Header ADS