Header ADS

ବସ୍ କର୍ମଚାରୀଙ୍କ ଅବହେଳା ପାଇଁ ଚାଲିଗଲା ଯାତ୍ରୀଙ୍କ ଜୀବନ।

 ବସ୍ କର୍ମଚାରୀଙ୍କ ଅବହେଳା ପାଇଁ ଚାଲିଗଲା ଯାତ୍ରୀଙ୍କ ଜୀବନ।





ନୀଳଗିରି,୧୩/୧୨(ଓଡ଼ିଶା ଆଦର୍ଶ): ନୀଳଗିରି ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନର ଜୟନ୍ତ ଆଚାର୍ଯ୍ୟଙ୍କ ପୁଅ ଜଗତଜ୍ୟୋତି(୩୬) ଙ୍କ ମୃତ୍ୟୁ ଘଟିଛି। ଲବରୋଟାରୀ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଜଗତଜ୍ୟୋତିଙ୍କୁ ଲିଭର୍ ସିରୋସିସ ରୋଗରେ ଆକ୍ରାନ୍ତ ହେବା ସହ ତାଙ୍କ କିଡନୀ ଖରାପ ହୋଇଥିବା ଜଣାପଡ଼ିଥିଲା। ସେ କଟକ ଯାଇ ଚିକିତ୍ସିତ ହେଉଥିଲେ। ଗତକାଲି ସକାଳେ ସେ ଏକୁଟିଆ ଶେରଗଡ଼ ଯାଇ ସେଠାରୁ କଟକ ଯାଉଥିଲେ। ବସରେ ସେ ଅସୁସ୍ଥ ହୋଇପଡ଼ିବାରୁ ପାଣିକୋଇଲି ଓଭର୍ ବ୍ରିଜ ଉପରେ ଓହ୍ଲାଇ ପଡ଼ିଥିଲେ। ତେବେ ସେହି ରାସ୍ତାକଡ଼ରେ ତାଙ୍କ ଜୀବନ ଚାଲି ଯାଇଛି।ସ୍ଥାନୀୟ ପୋଲିସ୍ ପହଞ୍ଚି ତାଙ୍କୁ ଡାକ୍ତରଖାନା କୁ ନେଇଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ କାଲି ଅପରାହ୍ନରେ ଗୋପୀନାଥପୁର ଗ୍ରାମରେ ତାଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥଲା। ତେବେ ସଂପୃକ୍ତ ବସ କର୍ମଚାରୀ ଜଗତଜ୍ୟୋତି ଙ୍କୁ ମେଡ଼ିକାଲ ନନେଇ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ଛାଡ଼ି ଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Post a Comment

Previous Post Next Post
Header ADS