ଖାକି ପୋଷାକ ରେ ଲାଗିଲା କଳଙ୍କର ଦାଗ।
ଫାଣ୍ଡି ଅଧିକାରୀଙ୍କ ରାସନୀଳା।
କନ୍ଧମାଳ,୧୦/୧୨(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣଗିରି ଫାଣ୍ଡି ଅଧିକାରୀ କୁବେର ଦିଗାଲଙ୍କ ବୃଦ୍ଧକାଳେ ରାସଲୀଳା କରୁଥିବା କଥା କୁ ନେଇ ସାରା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ପ୍ରକାଶ ଥାଉ କି ସୁବର୍ଣ୍ଣଗିରୀ ଫାଣ୍ଡି ଅଧିକାରୀ କୁବେର ଦିଗାଲ ଫାଣ୍ଡି ରେ ନ ରହି କୋଟଗଡ଼ ଥାନ ସ୍ଥିତ କ୍ୱାଟରେ ରହୁଥିଲେ । ହେଲେ ଫାଣ୍ଡି ଅଧିକାରୀ ଗୋଟିଏ ଅଜଣା ଝିଅକୁ ସରକାରୀ କ୍ୱାଟର ଆଣି ଦୀର୍ଘ ଦିନ ହେବ ଝିଅ ସହିତ ଶାରୀରିକ ସମ୍ପର୍କ ରଖି ନିଜର ଦେହର ସୁଖ ମେଣ୍ଟାଉ ଥିଲେ । ହେଲେ ଏଠି ପ୍ରଶ୍ନ ଉଠିଛି ଯେ ସରକାରୀ ପୋଲିସ୍ ବିଭାଗ ଜଣେ ଅଧିକାରୀ ହୋଇ ଏଭଳି କାର୍ଯ୍ୟ ଅତି ନିନ୍ଦନୀୟ। ଏପରି ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କୁ ସେହି ଥାନା ଅଧିକାରୀ କିପରି ଜାଣିପାରିଲେ ନାହିଁ । ପ୍ରକାଶ ଥାଉ କି ଫାଣ୍ଡି ଅଧିକାରୀ କୁବେର ଦିଗାଲ କୋଟଗଡ ଥାନାରେ ରହୁଥିବାରୁ ତାଙ୍କ ପରିବାର ଲୋକେ ଦେଖା କରିବାକୁ ଯାଇଥିଲେ । ହେଲେ ସେହି ଫାଣ୍ଡି ଅଧିକାରୀ କୁବେର ଦିଗାଲ ରହୁଥିବା ଅଫିସର କ୍ୱାଟର ରେ ପହଞ୍ଚି ଦେଖିଲା ବେଳକୁ ଘର ଭିତର ପଟରୁ କବାଟ ବନ୍ଦ, କବାଟ ଖୋଲିବାପାଇଁ ବାହାରୁ ଡାକିବାରୁ ପ୍ରଥମେ ଖୋଲିନଥିଲେ ସେଥିରୁ ସନ୍ଧେହ ସୃଷ୍ଟି ହୋଇଥିଲା। କିଛି ସମୟ ପରେ ଥାନା ଅଧିକାରୀ ଦିଗାଲ ବାବୁ ଯେତେବେଳେ କବାଟ ଖୋଲିଲେ ସେତିକି ବେଳେ ଘରଭିତରେ ଜଣେ ଅଜଣା ଝିଅ ସହିତ ଅସଂଜତ ଅବସ୍ଥା ରେ ଦେଖିବାକୁ ପାଇଥିଲେ । ସେହି ଝିଅ କିଏ ତାର ପରିଚୟ କଣ ବୋଲି ପଚାରିବାରୁ ନିରୁତ୍ତର ଥିଲେ ଫାଣ୍ଡି ଅଧିକାରୀ କୁବେର ଦିଗାଲ । ଏପରି ଅବସ୍ଥା ରେ ଥିବା ଦେଖି ପରିବାର ଲୋକେ ତୁରନ୍ତ ସେହି ଥାନାର କର୍ମ ଚାରି ମାନଙ୍କୁ ଖବର ଦେଇଥିଲେ l ହେଲେ ପୋଲିସ କର୍ମଚାରି ମାନେ ତୁରନ୍ତ ଆସି ଉଭୟଙ୍କୁ ଅସଂଜତ ଅବସ୍ଥା ରେ କାବୁ କରି ନେଇଥିଲେ । ହେଲେ ଏଠି ପ୍ରଶ୍ନ ଉଠିଛି ଯେ ଏପରି ଅସାମାଜିକ ଫାଣ୍ଡି ଅଧିକାରୀ କୁବେର ଦିଗାଲ ଙ୍କୁ କେବେ ଓ କେଉଁ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ପୂର୍ବକ ଦୃଢ଼ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ।
إرسال تعليق