Header ADS

ବିଦ୍ୟୁତ୍ ଆଘାତରେ ବିଦ୍ୟୁତ୍ କର୍ମଚାରୀ ମୃତ। ପରିବାରରେ ଶୋକର ଛାୟା ।

 ବିଦ୍ୟୁତ୍ ଆଘାତରେ ବିଦ୍ୟୁତ୍ କର୍ମଚାରୀ ମୃତ। ପରିବାରରେ ଶୋକର ଛାୟା ।



ନୀଳଗିରି,୧୦/୧୨(ଓଡ଼ିଶା ଆଦର୍ଶ):ଟାଟାପାୱାର ବିଦ୍ୟୁତ୍ ବିଭାଗକୁ ହାତକୁ ନେବା ପରେ ବିଦ୍ୟୁତ୍ ବିତରଣରେ ଅନେକ ସମସ୍ୟା ଦୂର ହୋଇଥିବା ବେଳେ କର୍ମଚାରୀମାନଙ୍କ ପାଇଁ ଅନେକ ଜୀବନସୁରକ୍ଷା ସରଞ୍ଜାମ ଯୋଗାଇ ଦିଆଯାଇଛି। ଏତେ ପରେବି କର୍ମଚାରୀ ମାନେ ସଚେତନ ରହୁନାହାନ୍ତି। ଯାହା ଫଳରେ ଅନେକ ଦୁର୍ଘଟଣା ଘଟୁଛି। ମଙ୍ଗଳବାର ଦିନ ଏପରି ଏକ ଘଟଣା ଦେଖିବାକୁ ମିଳିଛି। କର୍ମଚାରୀ ଜଣକ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହେବା ଘଟଣା ବିଦ୍ୟୁତ୍ ବିଭାଗର ଅପାରଗତାକୁ ପଦାରେ ପକାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବରହମପୁର ବିଦ୍ୟୁତ ବିଭାଗ ଅଧୀନରେ ଥିବା ଭାଲୁକାଶୁଣୀ ଷ୍ଟ୍ରକଚର ଅଧୀନରେ ଥିବା ଟିଆକଟା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ ଉଠା ଜଳସେଚନ ପଏଣ୍ଟରେ ବିଦ୍ୟୁତ୍ ସଜାଡୁଥିବା  ନରଣପୁର ଗ୍ରାମର କାର୍ତ୍ତିକ ସାହୁ (୨୪) ନାମକ କର୍ମଚାରୀ ସଟଡାଉନ୍ ନେଇ କାମକରୁଥିବା  ବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ସଙ୍ଗେସଙ୍ଗେ ସାଥୀକର୍ମଚାରୀ ମାନେ କାର୍ତ୍ତିକକୁ ନିଳଗିରି ମେଡିକାଲ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସଙ୍ଗେସଙ୍ଗେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କଟକ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏଭଳି ବିପଦପୂର୍ଣ୍ଣ କାମ କରୁଥିବା ବେଳେ କିଏ ଓ କାହା ଫୋନ୍ କଲରେ ବିଦ୍ୟୁତ୍ ଚାର୍ଜ କରାଗଲା ଏବଂ ଜଣେ ନିରୀହ ଯୁବକର ଜୀବନ ଚାଲିଗଲା ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି। ମୃତ ବିଦ୍ୟୁତ୍ କର୍ମଚାରୀଙ୍କ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ପରିବାର ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି।

Post a Comment

أحدث أقدم
Header ADS