ହାତୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନକରି ଚାଷୀଙ୍କ ସମସ୍ୟା ବୁଝିଲେ ପୂର୍ବତନ ବିଧାୟକ ସୁକାନ୍ତ ନାୟକ।
ନୀଳଗିରି,୧୦/୧୨(ଓଡ଼ିଶା ଆଦର୍ଶ):ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ନୀଳଗିରି ବନାଞ୍ଚଳ ଅଧିନ ଭଉଁରିଆବାଡ ପଞ୍ଚାୟତ ଅଧୀନସ୍ଥ ବୁଦୁସାହି, ହାତୀମଣ୍ଡା, ତେରଲଡିହି ଏବଂ ଜାମୁଡିହା ପଞ୍ଚାୟତ ଅଧୀନ ସାତରାଣ୍ତ ପ୍ରଭୃତି ଗ୍ରାମକୁ ଯାଇ ଝାଡ଼ଖଣ୍ଡି ହାତୀଙ୍କ ଦ୍ବାରା କ୍ଷୟକ୍ଷତି ହୋଇଥିବା ଧାନଫସଲ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ଆଗକୁ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କ ସମସ୍ୟା ଏବଂ ଲୋକଙ୍କ ଧନଜୀବନ ସୁରକ୍ଷିତ ରଖିବା ପାଇଁ ସୌରବାଡ ପୁନନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ। ସେହିପରି ରାଜସ୍ବବିଭାଗ, ପୋଲିସ, ବନବିଭାଗ, ବିଦ୍ୟୁତ ବିଭାଗ, ପିଆରଆଇର ଏକ ମିଳିତଟିମ ଗଠନ କରାଯାଇ ହାତୀ ପରିଚାଳନାଏବଂ କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ରେଞ୍ଜ ଅଧିକାରୀଙ୍କୁ ଜଣାଇବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
Post a Comment