Header ADS

ସ୍ୱର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସ୍ମୁତି ଓ ଶାନ୍ତି ଶୋକସଭା।

 ସ୍ୱର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସ୍ମୁତି ଓ ଶାନ୍ତି ଶୋକସଭା।



ବାଲିଗୁଡା,୩/୧୨(ସନ୍ଦିପ କୁମାର ନାୟକ): ଓଡ଼ିଶାର ମହାନ ଖ୍ରୀଷ୍ଟୀୟାନ ସମାଜର ଧର୍ମଗୁରୁ ସ୍ୱର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସ୍ମୁତି ଓ ଶାନ୍ତି ଶ୍ରଦ୍ଧାଞ୍ଜଳୀ ସଭା ନିଜର ଜନ୍ମସ୍ଥାନ ବାରଖମାରେ ଆୟୋଜନ ହୋଇଥିଲା । ସୂଚନା ମୁତାବକ ଗତ ମାସ ୨୨ ତାରିଖ ଏକ ଘରୋଇ ହସ୍ପିଟାଲରେ ମହାନ ପ୍ରଭୁଙ୍କର ଦାସ କିଶୋର ଚନ୍ଦ୍ର ଦିଗାଲ ଦେହାନ୍ତ ହେବା ପରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମାରେ ତାଙ୍କ ଶେଷକୃତ୍ୟ କାର୍ଯ୍ୟ ମହାଆଡମ୍ବରରେ ସମାପନ ହୋଇଥିଲା। ଆଜି ତାଙ୍କ ପରିବାର ଓ ରି ବାଇବଲ ଫାଉଣ୍ଡେସନ ଟିମଙ୍କ ନେତୃତ୍ବରେ ଏକ ସ୍ମୁତି ଓ ଶାନ୍ତି ଶୋକ ସଭା ଆୟୋଜନ କରାଯାଇଥିଲା। ସ୍ବର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସହଧର୍ମଣୀ ତାଙ୍କ ପରିବାର ଓ ସାରା ଓଡିଶାରୁ ଆସିଥିବା ପ୍ରିୟ ଲୋକମାନେ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସମ୍ପର୍କରେ ତାଙ୍କ ଜୀବନର ସମସ୍ତ ଘଟଣା, ତାଙ୍କ ସେବା କାର୍ଯ୍ୟ, ସମାଜ ସେବା ବିଷୟରେ ସବୁ କଥା ଉପସ୍ଥିତ ସମସ୍ତଙ୍କ ଉପସ୍ଥିତିରେ ପ୍ରକାଶ କରିଥିଲେ । ଏହି ସ୍ମୁତି ଓ ଶାନ୍ତି ଶୋକସଭା କାର୍ଯ୍ୟକ୍ରମରେ କନ୍ଧମାଳ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପାଖାପାଖି ଦଶ ହଜାର ରୁ ଉର୍ଦ୍ଧ କିଶୋର ଚନ୍ଦ୍ର ଦିଗାଳ ଙ୍କୁ ଭଲ ପାଉଥିବା ଭାଇ ଭଉଣୀ ମାନେ ଯୋଗଦେଇ ଥିବା ଜଣାପଡିଛି।

Post a Comment

Previous Post Next Post
Header ADS