Header ADS

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ୨ମୃତ ଜଣେ ଗୁରୁତର।

ଦୁଇ ବାଇକ୍ ମୁହାମୁହିଁ ଧକ୍କା, 

୨ମୃତ ଜଣେ ଗୁରୁତର।





ନୀଳଗିରି,୨୪/୧୨(ଓଡ଼ିଶା ଆଦର୍ଶ): ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନାବାଳକ ଗୁରୁତ୍ଵର ହୋଇ ବାଲେଶ୍ଵର ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ ୧୯ ନମ୍ବର ରାଜ୍ଯ ରାଜପଥ ସେରଗଡ଼ - ନୀଳଗିରି - ଝରଣାଘଟି ରାସ୍ତା ର ନୀଳଗିରି ଏନ୍‌ ଏ ସି ଅଧିନ ୧୦ନମ୍ବର ୱ୍ଵାର୍ଡ଼ ତଳ କାହାଳିଆ ଗ୍ରାମର ରମେଶ ପାତ୍ରଙ୍କ ପୁତ୍ର ଚନ୍ଦ୍ରଶେଖର ପାତ୍ର (୧୮) ଆଜି ଦିନ ପ୍ରାୟ ୨ ଟା ସମୟରେ ଘରୁ ବାଇକ ଯୋଗେ ନୀଳଗିରି ଆସୁଥିବା ବେଳେ ଓଲଡ଼ଙ୍ଗ ଛକ ନିକଟ ରେ ବିପରିତ ଦିଗରୁ (ନୀଳଗିରିରୁ ଘର, ଗଞ୍ଜ )କୁ ଯାଉଥିବା ଅକ୍ଷୟ ଜେନା(୪୫) ଙ୍କ ବାଇକ୍ ସହିତ ମୁହଁମୁହିଁ ଧକ୍କା ହୋଇଥିଲା ଫଳରେ ୨ ବାଇକ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଅକ୍ଷୟ ଜେନାଙ୍କ ସହ ଥିବା ତାଙ୍କ ପୁତ୍ର ମିଟୁ (୧୨) ଗୁରୁତ୍ଵର ହୋଇଛନ୍ତି। ଖବର ପାଇ ନୀଳଗିରି ଥାନା ଆଇ.ଆଇ.ସି.ଗୋପାଳ ଚନ୍ଦ୍ର କର୍ଣ୍ଣ ପହଞ୍ଚି ୩ ଜଣଙ୍କୁ ନୀଳଗିରି ଡାକ୍ତର ଖାନାକୁ ଆଣିଥିଲେ। ମିଟୁ ଙ୍କୁ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ହେଁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ତାଙ୍କୁ ବାଲେଶ୍ଵର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅକ୍ଷୟ ଜେନାଙ୍କ ଘର ରେମୁଣା ଥାନା ଗଞ୍ଜ ଗ୍ରାମ ର ବୋଲି ଜଣା ପଡିଛି। ଚନ୍ଦ୍ରଶେଖର ବାବା ପଞ୍ଚଲିଙ୍ଗେଶ୍ଵର କଲେଜର ଦ୍ଵିତୀୟ ବର୍ଷ ର ଛାତ୍ର ଅଟନ୍ତି । ତେବେ ଖବର ପ୍ରଚାର ହେବା କ୍ଷଣି ନୀଳଗିରି ଡାକ୍ତର ଖାନା ଲୋକାରଣ୍ୟ ହୋଇଯାଇଥିଲା ।ଏପରି ମର୍ମାହତ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Post a Comment

Previous Post Next Post
Header ADS