Header ADS

ହୃଦଘାତରେ ଏନ୍.ଡି ଟିଭି ଫୋଟ ସାମ୍ବାଦିକଙ୍କ ପରଲୋକ

 ହୃଦଘାତରେ ଏନ୍.ଡି ଟିଭି ଫୋଟ 

ସାମ୍ବାଦିକଙ୍କ ପରଲୋକ



ନୀଳଗିରି,୧୩/୧୨(ଓଡ଼ିଶା ଆଦର୍ଶ): ଦିଲ୍ଲୀରେ ଏନ୍.ଡି ଟିଭି ଫୋଟ ସାମ୍ବାଦିକ ଶୁଭ୍ରଜିତ ମହାକୁଡ଼(୩୬) ଙ୍କ ହୃଦଘାତରେ ପରଲୋକ ଘଟିଛି। ବାଲେଶ୍ଵର ଜିଲ୍ଲାର ନୀଳଗିରି ଉପଖଣ୍ଡର କାଣ୍ଡଗରଡି ପଞ୍ଚାୟତ ବଉଳଗଡିଆ ଗ୍ରାମର ରାମଚନ୍ଦ୍ର ମହାକୁଡ଼ଙ୍କ ପୁଅ ହେଉଛନ୍ତି ଶୁଭ୍ରଜିତ। ସେ ଜଣେ ମିଷ୍ଟଭାଷୀ, ମେଳାପି, ବନ୍ଧୁବତ୍ସଳ ଯୁବକ ଥିଲେ।ଶୁଭ୍ରଜିତ ଙ୍କ ର ଏକ ମାତ୍ର ପୁତ୍ର ସନ୍ତାନ ଥିବାର ଜଣାପଡିଛି। ଦିଲ୍ଲୀରୁ ମରଶରୀର ତାଙ୍କ ଜନ୍ମମାଟିକୁ ଆସୁଥିବାର ସମ୍ପର୍କୀୟ ମାନେ ସୁଛନା ଦେଇଛନ୍ତି। ତେବେ ଉକ୍ତ ଖବର ଶୁଣିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Post a Comment

Previous Post Next Post
Header ADS