କନ୍ଧମାଳ ଏସପିଙ୍କ ନିକଟରେ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ।
କନ୍ଧମାଳ,୨୮/୧୧(ସନ୍ଦିପ କୁମାର ନାୟକ):କନ୍ଧମାଳ ଏସପିଙ୍କ ନିକଟରେ କ୍ୟାଡ଼ର ମାଓବାଦୀଙ୍କ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଆତ୍ମସମର୍ପଣ କରିଥିବା ମାଓବାଦି KKBN ମାଓ ସଙ୍ଗଠନର କ୍ୟାଡ଼ର ମାଓବାଦୀ ବିଜା ମାଡବି ଓରଫ୍ ଟିକେସ୍ ହୋଇଥିବା ସୂଚନା ମିଳିଛି । ଗୋଟିଏ ପିସ୍ତଲ ସମେତ ଦୁଇଟି ଜିବନ୍ତ ଗୁଳି ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜରିଆରେ ୬ଟି ଜେଲୋଟିନ୍ ଷ୍ଟିକ୍, ଇଲେକ୍ଟିକ୍ ଡେଟୋନେଟର ୨ଟି,ଷ୍ଟିଲ୍ ଓ୍ବାଇର୍ , ରେଡ଼ିଓ,ସୋଲାର୍ ପ୍ଲେଟ୍ ଓ ମାଓ ସାମଗ୍ରୀ ସମେତ ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି କହିଛନ୍ତି ।ଆତ୍ମସମର୍ପଣ କରିଥିବା ମାଓବାଦିଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡ଼ା ଗାଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଟିକେସ୍ ୨୦୧୮ ମସିହାରେ ଯୋଗ ଦେଇଥିଲେ ମାଓ ସଙ୍ଗଠନରେ । ସେ ୧୦ଟି ମାଓ ହିଂସା କାର୍ଯ୍ୟରେ ସାମିଲ୍ ଥିବା ମଧ୍ୟ ଜଣାପଡ଼ିଛି । ଗୋଟିଏ ପଟେ ହିଂସାରୁ ଦୁରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ମାଓବାଦୀଙ୍କୁ ସରକାରଙ୍କ ଅପିଲ୍ ଏବଂ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାର ଯେଉଁ ଭଳି ଥଇଥାନ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହେଇଥିଲେ ଟିକେସ୍ । ଏଥିସହିତ ମାଓ ସଙ୍ଗଠନର ଶିବିରରେ ଚାଲିଥିବା ଅତ୍ୟାଚାର ଓ ଅମାନୁଷିକ କାର୍ଯ୍ୟକଳାପକୁ ନାପସନ୍ଦ କରି ସଙ୍ଗଠନ ଛାଡ଼ି ଟିକେସ୍ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
إرسال تعليق