Header ADS

ଭାରସାମ୍ୟ ହରାଇ ଓଲଟିଲା ଅଟୋ ଜଣେ ଗୁରୁତର, ୨ ଆହତ।

 ଭାରସାମ୍ୟ ହରାଇ ଓଲଟିଲା ଅଟୋ ଜଣେ ଗୁରୁତର, ୨ ଆହତ।



ନୀଳଗିରି ,୨୭/୧୧(ଓଡ଼ିଶା ଆଦର୍ଶ): ଆଜି ସନ୍ଧ୍ୟା ସମୟରେ ନୀଳଗିରି ପୋଡ଼ାଶୁଳ ଛକ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇବା ଫଳରେ ପାଲଟିବା ଯୋଗୁଁ ଅଟୋରେ ଥିବା ୨ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବାରୁ ୩ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲ ଅଣାଯାଇଛି। ସୂଚନା ଅନୁସାରେ ଏକ ଡାଲା ଅଟୋ(ଓଡ଼ି ୦୧ ଏଏଫ ୩୧୨୬) ବଣଭୁଇଁ ଅଞ୍ଚଳରୁ ଶ୍ରମିକଙ୍କୁ ଧରି ନୀଳଗିରି ଆସୁଥିବା ବେଳେ ପୋଡାଶୁଳ ଛକ ନିକଟରେ ଅଟୋ ଟି ଭାରସାମ୍ୟ ହରାଇବା ଫଳରେ ପାଲଟି ଯିବା ଯୋଗୁଁ ଅଟୋରେ ଥିବା ରାଇଗାଁ ଗ୍ରାମର ମଞ୍ଜୁ ସିଂ ଓ କନ୍ଦୁ ସିଂ ଆହତ ହୋଇଥିବା ବେଳେ ସଠିଲ ବଲବଲିଆ ଗ୍ରାମର ରାଜେନ୍ଦ୍ର ବିଶ୍ଵାଳ ଜଳଖିଆ ଖାଇବା ପାଇଁ ଆସୁଥିବା ବେଳେ ଅଟୋଟି ତାଙ୍କ ଉପରେ ପଡ଼ିଯିବା ଯୋଗୁଁ ମୁଣ୍ଡ, ହାତରେ ଗଭୀର ଆଘାତ ଲାଗିଛି। ତେବେ ରାଜେନ୍ଦ୍ର ଗୁରୁତର ଥିବାରୁ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ଥାନାକୁ ଆଣିଥିବାର ଜଣାପଡିଛି।

Post a Comment

أحدث أقدم
Header ADS