ଖାଦ୍ୟ ସୁରକ୍ଷା କମିଶନର ଅଧକ୍ଷ ଙ୍କ ଟିମ ର ବାଲିଗୁଡ଼ା ଗସ୍ତ।
ବାଲିଗୁଡା,୨୮/୧୧(ସନ୍ଦିପ କୁମାର ନାୟକ):ଖାଦ୍ୟ ସୁରକ୍ଷା କମିଶନର ଅଧକ୍ଷ ଙ୍କ ବାଲିଗୁଡା ଗସ୍ତ।ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଟିମ। ଆଜି ଟିମ ତୁମୁଡ଼ିବନ୍ଧ ବ୍ଲକ ର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛତୁଆ ପ୍ରସ୍ତୁତ କେନ୍ଦ୍ର କୁ ଯାଇ ସ୍ଥିତି ପରଖି ଥିଲେ। ପ୍ରଥମେ କୁର୍ତମଗଡ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି ) ପରିସର ରେ ଖାଦ୍ୟ ସୁରକ୍ଷା କମିଶନ ଟିମ କୁ ବିଦ୍ୟାଳୟ ର ଅନ୍ତେବାସୀ ଛାତ୍ରୀ ସମୂହ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ତାପରେ ମା ସନ୍ତୋସି ସ୍ଵୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତ କେନ୍ଦ୍ର କୁ ଯାଇ ଛତୁଆ ପ୍ରସ୍ତୁତି କୁ ଯାଞ୍ଚ କରିଥିଲେ। ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଟିମ ର ସଦସ୍ୟ ଦୟାନିଧି ଦାସ, ଅକ୍ଷୟ କୁମାର ବେହେରା ଓ ତାମଲ ରେଜା ପ୍ରମୁଖ ତୁମୁଡ଼ିବନ୍ଧ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ମଧ୍ୟାହ୍ନ ଭୋଜନ ର ମାନ ପରୀକ୍ଷା କରିଥିଲେ। ତୁମୁଡ଼ିବନ୍ଧ ବିଡ଼ିଓ ବନ ବିହାରି ହରପାଲ, ବିଇଓ ପବିତ୍ର ଗଡତ୍ୟା ପ୍ରମୁଖ ଯୋଗ ଦେଇଥିଲେ।
Post a Comment