ଚାରି ମାସ ହେବ ମିଳିନି ରାସନ ଚାଉଳ, ପୁନରାବୃତ୍ତି ହେବକି ମାଣ୍ଡିପଙ୍କା ଘଟଣା।
ବାଲିଗୁଡ଼ା,୧୦/୧୧ (ସନ୍ଦୀପ କୁମାର ନାୟକ) ଚାଉଳ ମିଳିବାରେ ବିଳମ୍ବ ଯୋଗୁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା,କରଡ଼ି,ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ।ଏଭଳି ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ ମାସ୍କାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମାସ୍କା ଗୁଡ଼ା ଗ୍ରାମରେ ୧୮ ଆଦିବାସୀ ପରିବାର ବସବାସ କରନ୍ତି। ଗତ ଜୁଲାଇ ମାସ ପର୍ଯ୍ୟନ୍ତ ରାଶନ ଚାଉଳ ମିଳିଛି। ସେହି ଠାରୁ ଚାରି ମାସ ପୁରିବଣୀ ଆଉ ଚାଉଳ ମିଳିନାହିଁ। ମନରେଗାରେ ମଧ୍ୟ କାମ ମିଳୁନାହିଁ ଫଳରେ ବର୍ଷl ଦିନ ମାନଙ୍କରେ ପାଖ ଗାଁ କୁ ଯାଇ ବିଲ ରେ ମଜୁରୀ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି। ବର୍ତମାନ ଆଉ କୌଣସି କାମ ନାହିଁ। ଏପଟେ ରାଶନ କାର୍ଡରେ ମିଳିବାକୁ ଥିବା ତିନି ମାସର ଚାଉଳ ମଧ୍ୟ ମିଳୁନାହିଁ।ଚାଉଳ ମିଳୁଥିବା ଖବର ପାଇ ପଞ୍ଚାୟତ ଅଫିସକୁ ଚାଉଳ ଆଣିବା ପାଇଁ ଯାଇଥିଲୁ ପାଇଲୁ ନାହିଁ। ଫଳରେ ପେଟର ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲକୁ ଭରସା କରି ଜଙ୍ଗଲକୁ ଯାଇ କରଡ଼ି, ଜଙ୍ଗଲି କନ୍ଦା ଓ ବାଢ଼ିର ଖୁର୍ସା ଓ ମକା ସଂଗ୍ରହ କରି ରାନ୍ଧି ଖାଇବାକୁ ପଡୁଛି। ବେଳେ ବେଳେ ଉପାସରେ ମଧ୍ୟ ରହିବା କୁ ପଡ଼େ ବୋଲି ଗ୍ରାମର ଭୁପିନ୍ଦର ମାଝି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି।ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସନ ଚାଉଳ ଯୋଗାଇବା ପାଇଁ ସମସ୍ତ ଆଦିବାସୀ ପରିବାର ଦାବି କରିଛନ୍ତି। ଏସମ୍ପର୍କରେ ଭଣ୍ଡାରଙ୍ଗୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେବୀଲତା ପାଣିଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିଲେ ମଧ୍ୟ ସେ କୌଣସି ସନ୍ତସ ଜନକ ଉତ୍ତର ନ ମିଳିବାରୁ ତୁମୁଡିବନ୍ଧ ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗlଲଙ୍କୁ ପଚାରିବାରୁ ସେ ତୁରନ୍ତ ଚାଉଳ ଦିଆଯିବ ବୋଲି କହିଛନ୍ତି। ତେବେ ବହୁ ଚର୍ଚ୍ଚିତ ଦାରିଙ୍ଗବାଡି ବ୍ଳକ ଗଦା ପୁର ପଞ୍ଚାୟତର ମାଣ୍ଡି ପଙ୍କା ଗ୍ରାମରେ ଆମ୍ବ କୋଇଲି ଖାଇ ଦୁଇ ଜଣ ମହିଳା ମୃତ୍ୟୁ ଓ ଛଅ ଜଣ ଚିକିତ୍ସାଧୀନ ଥିବା ଘଟଣା ସାରା ରାଜ୍ୟ ରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଂଚାୟତର ମାସ୍କା ଗୁଡ଼ା ଗ୍ରାମରେ ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନ ପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Post a Comment