Header ADS

ମାଣ୍ଡିପଙ୍କା ଗ୍ରାମରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ

 ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁ ଘଟଣା 

ମାଣ୍ଡିପଙ୍କା ଗ୍ରାମରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ 



ବାଲିଗୁଡା, ୨୭/୧୧(ସନ୍ଦିପ କୁମାର ନାୟକ):ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ଭ ଟାକୁଆ ଯଉ ଖାଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଥିଲେ ।  ଏହି ଘଟଣା କୁ ନେଇ କନ୍ଧମାଳ ଗସ୍ତରେ ଆସିଛନ୍ତି  ରାଜ୍ୟ ଖାଦ୍ୟ କମିଶନଙ୍କ ଅଧ୍ୟକ୍ଷ । ଅଧ୍ଯକ୍ଷ ଇଂ ଅବନୀକାନ୍ତ ସାହୁଙ୍କ ନେତୃତ୍ବରେ କମିଟି ସଦସ୍ୟ ଅକ୍ଷୟ ବେହେରା ଓ ଦୟାନିଧି ଦାସ  ମାଣ୍ଡିପଙ୍କା ଗସ୍ତ କରି ଏହି ଅଘଟଣର ତଦନ୍ତ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହ କାହିଁକି ଆମ୍ବ ଟାକୁଆ ଜାଉ ଖାଇଲେ ବୋଲି ପଚାରି ବୁଝିଥିଲେ । ଚାଉଳ ଦେବାରେ ଏକ ମାସ ବିଳମ୍ବ ହୋଇଥିବା ସହ ଅଭାବ ଯୋଗୁଁ ଆମ୍ବ ଟାକୁଆ ଖାଇଥିବା ମୃତକଙ୍କ ପରିବାର କହିଥିବା ବେଳେ ଲୋକଙ୍କୁ ମୁଣ୍ଡ ପିଛା ୫ କିଲୋ ଚାଉଳ ଏକ ମାସ ପାଈଁ ଯଥେଷ୍ଟ ହେଉ ନଥିବା ପରିବାର ଲୋକେ କହିଥିଲେ । ମେଡ଼ିକାଲ ରୁ ସୁସ୍ଥ ହୋଇ ଫେରିଥିବା ମହିଳା ଙ୍କ ସହ ଆଲୋଚନା କରିଥିଲେ ।

Post a Comment

Previous Post Next Post
Header ADS