Header ADS

ପାରିବାରିକ କଳହ ର କରୁଣ ପରିଣତି, ଦୁଇ ଦମ୍ପତି ଙ୍କ ଆତ୍ମହତ୍ୟା।

 ପାରିବାରିକ କଳହ ର କରୁଣ ପରିଣତି, ଦୁଇ ଦମ୍ପତି ଙ୍କ ଆତ୍ମହତ୍ୟା।



ବାଲିଗୁଡ଼ା,୨୧/୧୧(ସନ୍ଦିପ କୁମାର ନାୟକ):ବାଲିଗୁଡ଼ା ରେ ଚାଞ୍ଚଲ୍ୟ।କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ୍ରୁକିଆ ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ପରିବାରିକ କଳହର କରୁଣ ପରିଣତି ସାମନା କୁ ଆସିଛି। ସ୍ୱାମୀ ଓ ସ୍ତ୍ରୀ ବେକ ରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବକୁ ମିଳିଛି। ପାରିବାରିକ କଳହର ଏଭଳି କରୁଣ ପରିଣତି ଘଟିଥିବା ଜଣାପଡିଛି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ୍ରୁକିଆ ଗାଁରେ ଗତ ରାତିରେ ସ୍ବାମୀ ପ୍ରମୋଦ ମଲ୍ଲିକ ସ୍ତ୍ରୀର ଗୋଟିଏ ମୋବାଇଲ୍ ବିକ୍ରି କୁ ନେଇ କଥା କଟାକଟି ହେବା ପରେ ସ୍ତ୍ରୀ ଗୋଟିଏ କୋଠରୀ ର କବାଟ ବନ୍ଦ କରି ଆତ୍ମହତ୍ୟା କରିଥିବା ଦେଖି ସ୍ବାମୀ ପ୍ରମୋଦ ମଲ୍ଲିକ ଅନ୍ୟ କୋଠରୀରେ ଆତ୍ମାହତ୍ୟା କରିଥିବା ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ମୃତ ଦମ୍ପତି ହେଲେ ପ୍ରମୋଦ ମଲ୍ଲିକ ଓ ପୁଆରି ମଲିକ ବୋଲି ଜଣାପଡିଛି। ଅତି ଦୁଃଖର କଥା ଯେ ଦମ୍ପତିଙ୍କ ଗୋଟିଏ ଏଗାର ମାସର ଛୋଟ ଝିଅ ଟିଏ ଥିବା ଜଣାପଡିଛି। ଖବର ପାଇ ବାଲିଗୁଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ୍ କରିବା ସହିତ କେଉଁ ପରିସ୍ଥିତିରେ ଘଟଣା ଘଟିଛି ସେ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ଆଜି ସକାଳେ ବାଲିଗୁଡ଼ା ପୋଲିସ ଦୁଇ ମୃତ ଶରୀରକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

Post a Comment

Previous Post Next Post
Header ADS