Header ADS

ବାଲିଯାତ୍ରା ବୁଲିବାକୁ ଯିବାବେଳେ ଟ୍ରେନରୁ ଖସି ଯୁବକ ଗୁରୁତର।

 ବାଲିଯାତ୍ରା ବୁଲିବାକୁ ଯିବାବେଳେ ଟ୍ରେନରୁ ଖସି ଯୁବକ ଗୁରୁତର।




ନୀଳଗିରି,୨୦/୧୧(ଓଡ଼ିଶା ଆଦର୍ଶ): ସାଙ୍ଗମାନଙ୍କ ସହିତ କଟକ ବାଲିଯାତ୍ରା ବୁଲିବାକୁ ଯାଉଥିଲେ ହେଲେ ବାଲିଯାତ୍ରା ବୁଲିବା ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା। ଟ୍ରେନ ରୁ ଖସି ଗୁରୁତର ହେଲେ ଯୁବକ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ଜୋକଲଣ୍ଡା ଗ୍ରାମର ନିରଞ୍ଜନ ପୃଷ୍ଟିଙ୍କ ପୁଅ ହିମାଂଶୁ ତାଙ୍କ ସାଙ୍ଗ ଓ ସମ୍ପର୍କୀୟ ଙ୍କ ସହିତ ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ବୁଲିବାକୁ ବାଲେଶ୍ଵର ରୁ କଟକ ଟ୍ରେନରେ ଯାଉଥିଲେ। ଟ୍ରେନ ଭିତରେ ଏତେ ଭିଡ଼ ଥିଲାଯେ ଛିଡା ହେବା କଷ୍ଟକର ଥିଲା। ହିମାଂଶୁ ବଗିରେ ଛିଡା ହୋଇଥିବା ବେଳେ ଧସ୍ତାଧସ୍ତି ହେବାରୁ ତାମୁଳିଆ ଫାଟକ ଠାରେ ଚଳନ୍ତା ଟ୍ରେନରୁ ତଳକୁ ଖସିପଡ଼ିଥିଲେ। ହିମାଂଶୁ କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରଯାଇଥିଲା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ହିମାଂଶୁ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି।

Post a Comment

Previous Post Next Post
Header ADS