୧୧୦୦ ଲିଟର ମଦ ଜବଦ,
ନମ୍ବର ବିହୀନ ପିକଅପ୍ ସମେତ
ଡ୍ରାଇଭର ଗିରଫ
ନୀଳଗିରି,୨୯/୧୧(ଓଡ଼ିଶା ଆଦର୍ଶ): ଆଜି ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କୁଆଡ ଏବଂ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ କୌଣସି ସୁତ୍ରରୁ ଖବର ପାଇ ନୀଳଗିରି ଥାନା ଅଧିନ ଭାଲୁକାସୁଣି ଛକ ଠାରେ ଏକ ନମ୍ବର ବିହୀନ ପିକ୍ଅପ ଭ୍ୟାନକୁ ଜବଦ କରିଛି। ପିକ୍ଅପ୍ ଭ୍ୟାନ ରୁ ୧୧୦୦ ଲିଟର ଦେଶି ମଦ, ଦୁଇଟି ମୋବାଇଲ ଫୋନ୍ ଜବଦ କରାଯାଇଥିବା ବେଳେ ପି.ଆର ନମ୍ବର-୨୭୯/୨୪-୨୫ ମୂଳେ ପୋଡ଼ାଶୁଳ ଅଞ୍ଚଳର ଗାଡ଼ି ଚାଳକ ସୁବାସ ଗୋଚ୍ଛାୟତ (୪୭) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ବିଭାଗ ପକ୍ଷରୁ ସୁଚନା ମିଳିଛି।
ତେବେ ଏହି ଚଢ଼ାଉରେ ଜିଲ୍ଲା ମୋବାଇଲ ସ୍କୁଆଡ୍ ଆଇ ଆଇ ସି ହରିହର ସିଂ, ଏସ ଆଇ ଭକ୍ତ ଚରଣ ସ୍ୱାଇଁ, ଏ ଏସ ଆଇ ଲମ୍ବୋଦର ମହାନ୍ତ , ମିନତୀ ପରିଡ଼ା, ସୁନାରାମ ସୋରେନ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଓ ଆଇ ସି ଜଗନ୍ନାଥ ବେହେରା , ତପନ କୁମାର ମହାଳିକ ପ୍ରମୁଖ ସାମିଲ ଥିଲେ।
Post a Comment