Header ADS

ପରିବା ମାର୍କେଟ ବୁଲି ସମସ୍ୟା ବୁଝିଲେ କନ୍ଧମାଳ ସାଂସଦ।

 ପରିବା ମାର୍କେଟ ବୁଲି ସମସ୍ୟା ବୁଝିଲେ

 କନ୍ଧମାଳ ସାଂସଦ।



ବାଲିଗୁଡା,୧୩/୧୧ (ସନ୍ଦୀପ କୁମାର ନାୟକ):କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଦୁଇ ଦିନିଆ ବାଲିଗୁଡା ଗସ୍ତରେ ଆସି କାଲି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଯୁବ ଉଦ୍ୟଗୀ ମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜି ସକାଳୁ ସକାଳୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବାଲିଗୁଡ଼ା ପରିବା ମାର୍କେଟ ବୁଲି ପରିବା ବେପାରୀ ଓ ଚାଷୀ ମାନଙ୍କ ସମସ୍ୟା ବୁଝିଥିଲେ। ଦିନ କୁ ଦିନ ପରିବା ଦରଦାମ ବୃଦ୍ଧି ପାଉଥିବା ଯୋଗୁଁ  ପରିବା ବ୍ୟବସାୟୀ ଓ ଚାଷୀ ମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ପରିବା ମାର୍କେଟ ବୁଲି ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ଆଲୋଚନା କରିଥିଲେ ଯାହାକି ପରିବା ଚାଷୀ ଓ ବ୍ୟବସାୟୀ ମାନଙ୍କୁ ଆନନ୍ଦିତ କରିଥିଲା।

Post a Comment

Previous Post Next Post
Header ADS