Header ADS

ପରିତ୍ୟକ୍ତ ପଥର ଖଦାନ ରୁ ମିଳିଲା ନର କଙ୍କାଳ

ପରିତ୍ୟକ୍ତ ପଥର ଖଦାନ ରୁ ମିଳିଲା ନର କଙ୍କାଳ 



ନୀଳଗିରି,୧୧/୧୧(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ଟିଆକଟାଠାରେ ଥିବା ଏକ ପରିତ୍ୟକ୍ତ ପଥର ଖାଦାନରୁ ନରକଙ୍କାଳ ଉଦ୍ଧାର କରାଯାଇଛି । ସମ୍ପ୍ରତି ଏହା ମହିଳା କି ପୁରୁଷର ବୋଲି ଚିହ୍ନଟ କରାଯାଇନଥିଲେ ହେଁ ହତ୍ୟା ସନ୍ଦେହ କରାଯାଇଛି । ଉକ୍ତ ସ୍ଥାନରେ ସଜନାଗଡ ଅଞ୍ଚଳର କେତେକ ବ୍ୟକ୍ତି ପଥର ଖାଦାନ କରି ଆସୁଥିଲେ ହେଲେ ବନବିଭାଗର କଟକଣା ଯୋଗୁ ଉକ୍ତ ଖାଦାନ ଦୀର୍ଘ ପ୍ରାୟ ୧୦ବର୍ଷ ହେବ ବନ୍ଦ ହୋଇ ପଡ଼ି ରହିଛି । ଆଜି ସ୍ଥାନୀୟ ଅଞ୍ଚଳର କେତେକ ଲୋକେ ଉକ୍ତ ସ୍ଥାନକୁ ଛେଳି ଚରାଇବାକୁ ଯାଇଥିବା ବେଳେ ନରକଙ୍କାଳ ପଡ଼ିଥିବା ଦେଖି ଭୟଭୀତ ହୋଇ ଯାଇଥିଲେ । ତେବେ ଏହି କଙ୍କାଳଟି ପ୍ରାୟ ୫/୬ମାସ ପୂର୍ବରୁ ବୋଲି ଅନୁମାନ କରାଯାଉଛି । ଖବରପାଇ ବରହମପୁର ଥାନା ଏଏସ୍‍ଆଇ କଳ୍ପତରୁ ସାହୁ ପହଞ୍ଚି ଉକ୍ତ କଙ୍କାଳକୁ ଜବତ କରିଛନ୍ତି।ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଲାବ୍‍କୁ ପଠାଯିବା ପରେ ନରକଙ୍କାଳର ରହସ୍ୟ ଉନ୍ମୋଚନ ହେବ ବୋଲି ଆଇଆଇସି ଆର୍ତ୍ତତ୍ରାଣ ସେଠୀ କହିଛନ୍ତି । ତେବେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ଏହି ନିର୍ଜନ ତଥା ପରିତ୍ୟକ୍ତ ପଥର ଖାଦାନରେ ଫିଙ୍ଗି ଦେଇ ହତ୍ୟାକାରୀ ଚମ୍ପଟ ମାରିଥିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ସନ୍ଦେହ କରାଯାଉଥିବା ବେଳେ ବାଲେଶ୍ୱର ଏସ୍‍ପି ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।

Post a Comment

Previous Post Next Post
Header ADS