ସ୍ୱାମୀ ଅନୁପସ୍ଥିତ ରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ।
ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପିଡିତା
ନୀଳଗିରି,୯/୧୧(ଓଡ଼ିଶା ଆଦର୍ଶ):ଘରେ ସ୍ବାମୀର ଅନୁପସ୍ଥିତର ସୁଯୋଗରେ ଜଣେ ଯୁବକ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ଏଭଳି ଘଟଣା ନୀଳଗିରି ଥାନା ଅଧୀନରେ ଘଟିଛି।ସୂଚନା ଅନୁଯାୟୀ ଧୋବଶିଳା ଅଞ୍ଚଳରେ ଜୈନିକ ମହିଳା ଙ୍କ ସ୍ୱାମୀ ବାହାରେ ରହି କାମ କରନ୍ତି।ଏହାର ସୁଯୋଗ ନେଇ ଆକାଶ ନାମକ ଯୁବକ ଗତ ୭ ତାରିଖ ମଧ୍ୟ ରାତିରେ ଯାଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲା।ମହିଳା ଜଣକ ଯେତେ ନେହୁରା ହେଲେବି ଯୌନ ପିପାସୁ ଯୁବକ ଜଣକ କିଛି ଶୁଣିନଥିଲା।ମହିଳା ଜଣକ ପାଟି କରିବାରୁ ତାଙ୍କ ବେକରେ କଟୁରି ଲଗାଇ ତାଙ୍କୁ ଜୋର କରି ବଳାତ୍କାର କରିବା ସହ କିଛି କହିଲେ ମାରି ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି।ମହିଳା ଜଣକ ଏକଥା ଗ୍ରାମଵାସୀଙ୍କୁ କହିବାରୁ ଗାଁରେ ବୈଠକ ଡକାଯାଇଥିଲା।ହେଲେ ଯୁବକ ଜଣକ ଧରା ଦେଇନଥିଲେ।ଶେଷରେ ମହିଳା ଜଣକ ନ୍ୟାୟ ପାଇଁ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
Post a Comment