Header ADS

ATM ରେ ୫ଶହ ମାରିଲେ ବାହାରୁଛି ୫ ହଜାର ଟଙ୍କା । ଟଙ୍କା ନେବାକୁ ଲାଗିଲା ଲୋକଙ୍କ ଗହଳି।

 ATM ରେ ୫ଶହ ମାରିଲେ ବାହାରୁଛି ୫ ହଜାର ଟଙ୍କା । ଟଙ୍କା ନେବାକୁ ଲାଗିଲା ଲୋକଙ୍କ ଗହଳି।



ଓଡ଼ିଶା ଆଦର୍ଶ ବ୍ୟୁରୋ: ୧୦୦ ମାରିଲେ ୫୦୦ ଆଉ ୫୦୦ ମାରିଲେ ବାହାରୁଛି ୫୦୦୦ ଟଙ୍କା,ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ଥିବା ହିଟାଚି ATM ମେସିନରୁ । ସୂଚନା ଅନୁଯାୟୀ ଆଜି ସକାଳେ ଉକ୍ତ ଏଟିଏମ ତଦାରଖରେ ଥିବା ବେଣୁଧର ପୃଷ୍ଟି ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ATM ମେସିନରେ ଲୋଡ୍ କରି ଯିବା ପରେ ଲୋକେ ସକାଳଠାରୁ ATMରୁ ଅନବରତ ଟଙ୍କା ଉଠାଇ ଚାଲିଛନ୍ତି, କିନ୍ତୁ ସନ୍ଧ୍ୟା ସମୟରେ ତଦାରଖ କରୁଥିବା ବେଣୁଧରଙ୍କ  ଜଣେ ବନ୍ଧୁ ATMମେସିନ୍ ରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ସତ ସାମ୍ନାକୁ ଆସିଥିଲା, ୫୦୦ ଟଙ୍କା ଉଠାଇବା ପାଇଁ ଯାଇ ୫୦୦୦ ଟଙ୍କା ଉଠିଥିଲା । ତୁରନ୍ତ ମାଲିକଙ୍କ ବନ୍ଧୁ କହିବା ପରେ ବେଣୁଧର ଉକ୍ତ ମେସିନ ନିକଟରେ ପହଞ୍ଚିଥିଲେ । ATM ମେସିନରେ ଯାନ୍ତ୍ରିକ ତ୍ରୁଟି ରହିଛି ଯେଉଁ ମାନେ ଟଙ୍କା ଉଠାଇଛନ୍ତି ସେମାନେ ତାଙ୍କ ପ୍ରାପ୍ୟ ଟଙ୍କା ନେଇ ବଳକା ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି ।

Post a Comment

Previous Post Next Post
Header ADS