Header ADS

ବାପ ପୁଅ ଘରେ ଶୋଇଥିବା ସମୟରେ ଏସିଡ ମାଡ଼ ।

 ବାପ ପୁଅ ଘରେ ଶୋଇଥିବା ସମୟରେ 

ଏସିଡ ମାଡ଼




କନ୍ଧମାଳ,୧୯/୧୦(ଓଡ଼ିଶା ଆଦର୍ଶ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁର୍ତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ। ଏସିଡ ମାଡ଼ରେ ବାପା ପୁଅ ଗୁରୁତର। ଗୁରୁତର ଅବସ୍ଥା ରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ରେ ଭର୍ତି କରାଯାଇଛି। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଂଚାୟତ ର ବୁଢାକୁନ୍ଦେଲ ଗାଁ ରୁ ବୁଢ଼ାକୁନ୍ଦେଲ  ଗାଁ ର (ମୋହନ ପନ୍ଦର) ନିଜ ୧୨ ବର୍ଷ ର ପୁଅ (ଅନୁଜ )ଙ୍କ ସହ ଶୋଇଥିଲେ, ରାତ୍ରି ପ୍ରାୟ ୧ ଘଣ୍ଟା ଟା ସମୟରେ ଶୋଇଥିବା ଅବସ୍ଥାରେ କେହି ଜଣେ ଦୁବୁର୍ତ୍ତ ଆସି ଏସିଡ ଫିଙ୍ଗି ଦୌଡ଼ି ପଳେଇଥିବା ଅଭିଯୋଗ କରିଛନ୍ତି।

 ଏସିଡ ମାଡ଼ ର ଶୀକାର ହୋଇଥିବା ମୋହନ ପନ୍ଦର ଓ ତାଙ୍କ ପୁଅ ର ଛାତି ଓ ମୁହଁ ପୋଡି ଯାଇଥିବା ବେଳେ ତୁମୁଡିବନ୍ଧ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପ୍ରେରଣ କରାଯଇଥିବା ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ ତୁମୁଡିବନ୍ଧ ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପଂହଁଚି ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟକୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଆସି ଏସିଡ ରେ ପୀଡିତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି |

Post a Comment

أحدث أقدم
Header ADS