Header ADS

ଗରଡିହୀ ପଞ୍ଚାୟତରେ ଥମୁନି ହାତୀ ଆତଙ୍କ ।

ଗରଡିହୀ ପଞ୍ଚାୟତରେ ଥମୁନି ହାତୀ ଆତଙ୍କ ।

ଧାନକ୍ଷେତରେ ପଶିଲା ପାଇଲଟ୍ ଦନ୍ତା



ନୀଳଗିରି,୧୯/୧୦(ଓଡ଼ିଶା ଆଦର୍ଶ):  ଧାନଗଛରେ ଆହାର ସମୟରେ କ୍ଷେତକୁ ଦେଖି ଚାଷୀ ମନରେ ଖୁସିର ଲହରୀ ଆସୁଥିବା ବେଳେ କ୍ଷଣିକ ମଧ୍ୟରେ ହାତୀ ମାନଙ୍କର ଉପଦ୍ରବରେ ଚାଷୀର ବର୍ଷକ ଯାକର ପରିଶ୍ରମର ମୂଲ୍ୟ, ଅସିମିତ ଖୁସି ଧୂଳିସାତ୍‌ ହୋଇଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ବଣସୀମାର ଗରଡିହୀ ପଞ୍ଚାୟତର ଚେକାମରା,କଳାକାଦ, ସିର୍ସାସାହୀ, ଗରଡିହୀ ଅଞ୍ଚଳ ମାନଙ୍କରେ । ଶନିବାର ସଂଧ୍ୟା ୫ଟା ସମୟରେ ଏକ ଦନ୍ତାହାତୀ ପୋଚାଚୁଆ ଠାରୁ ତାର ଉପଦ୍ରବ ଆରମ୍ଭ କରି ସେଠିକାର ବସିନ୍ଦା ସର୍ପା ସିଂ, ରାଜୁ ସିଂ, କଟଲା ସିଂଙ୍କ ଘର ଭଙ୍ଗାରୁଜା କରିଥିଲା। ଏବଂ ଠିକ୍ ସଂଧ୍ୟା ୭ଟା ସମୟରେ କଳାକାଦ ଗ୍ରାମ ଶନି ମନ୍ଦିର ଆଖପାଖ ଧାନକ୍ଷେତରେ ପଶି ଧାନଗଛ ସବୁ ନଷ୍ଟ କରୁ ଥିବାର ଦୃଶ୍ୟ ନଜରକୁ ଆସିଅଛି । ଏଥିରେ ଗ୍ରାମର ଚାଷୀ ନରେନ୍ଦ୍ର ପାତ୍ର, ମୋନ ରଞ୍ଜନ ରାଉତ ସମେତ ବହୁ ଚାଷୀଙ୍କ ଜମିକୁ ନଷ୍ଟ କରିଥିବାର ଜଣାପଡିଛି। ସେହି ସମୟରେ ବନ ବିଭାଗର କର୍ମୀ ଓ ସବୁଜ ବାହିନୀ କର୍ମୀ ଉପସ୍ଥିତ ଥିଲେ ମଧ୍ଯ ହାତୀକୁ ଚାଷ ଜମି ନଷ୍ଟ କରିବାରେ ଅଟକାଇବାରେ ବିଫଳ ହୋଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ମାନେ ରୁଣ୍ଡ ହୋଇ ହୋ ହାଲା କରିବା ପରେ ଦନ୍ତା ହାତୀଟି ସିର୍ସାସାହୀ ଆଡକୁ ପଲାଇ ଯାଇଥିଲା। ସେଠାରେ ମଧ୍ୟ ସେହି ଦନ୍ତାହାତୀ ର ଉପଦ୍ରବ ଦେଖିବାକୁ ମିଳିଥିଲା। ତେବେ ନୀଳଗିରି ଅଞ୍ଚଳକୁ ପ୍ରତିବର୍ଷ ଝାରଖଣ୍ଡ ରାଜ୍ୟର ଦଲମା ଅଭୟାରଣ୍ୟରୁ ୧୦୦ ରୁ ଉର୍ଦ୍ଧ୍ୱ ହାତୀପଲ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଉକ୍ତ ଅଞ୍ଚଳର ପାଇଲଟ ଦନ୍ତା ହାତୀ ଟି ନୀଳଗିରି ଅଞ୍ଚଳକୁ ପ୍ରବେଶ କରିଛି ଏବଂ ପରବର୍ତ୍ତୀ ସମୟରେ ଏହି ଦନ୍ତା ହାତୀ ଟି ଫେରିଯାଇ ହାତୀପଲ ସହିତ ଆସିବାର ସମ୍ଭାବନା ରହିଛି। ତେବେ ବନବିଭାଗ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ସହିତ ହାତୀ ପଲ କୁ ଘଉଡାଇ ଦେବାକୁ ଅଞ୍ଚାଳବାସି ଦାବୀ କରିଛନ୍ତି।

Post a Comment

أحدث أقدم
Header ADS