ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଅକ୍ଷୟ କୁମାର ମଲିକ।
ବାଲିଗୁଡ଼ା,୩୦/୧୦(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଅକ୍ଷୟ କୁମାର ମଲିକ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକରେ ଦାୟିତ୍ୱରେ ଥିଲେ। ବାଲିଗୁଡା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଅଚ୍ୟୁତା ନନ୍ଦ ଜାନି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ନୂତନ ବିଡିିଓ ଅକ୍ଷୟ ମଲିକ ଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ ପାତ୍ର, ଏପିଓ ରାଜେଶ କୁମାର ସାହୁ , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବିପିଏମ୍, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ବରିଷ୍ଠ କିରାଣୀ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବାଲିଗୁଡ଼ା ଅଞ୍ଚଳର ବିକାଶ ପାଇଁ ପ୍ରୟାସ କରିବା ସହ ଅଞ୍ଚଳବାସୀଙ୍କ ସହଯୋଗରେ ବାଲିଗୁଡ଼ା ର ଦୁର୍ଗମ ଅଞ୍ଚଳର ଗମନାଗମନ, ପିଇବାପାଣିର ରହିଥିବା ସମସ୍ୟା, ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟକାରିବେ ବୋଲି କହିଛନ୍ତି।
Post a Comment