ଭାଲୁ ଆକ୍ରମଣରେ ୨ ଗୁରୁତର।
ନୀଳଗିରି,୧୦/୧୦(ଓଡ଼ିଶା ଆଦର୍ଶ): ଗୁରୁବାର ସକାଳ ସମୟରେ ଜଙ୍ଗଲକୁ ୪ଜଣ ଗ୍ରାମବାସୀ ଛତୁ ତୋଳିବାକୁ ଯାଇଥିବା ବେଳେ ଏକ ଭାଲୁର ଆକ୍ରମଣର ଶିକାର ହୋଇ ୨ଜଣ ଗୁରୁତର ହୋଇଛନ୍ତି | ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ଛତ୍ରପୁର ପଞ୍ଚାୟତ ମାଙ୍କିଡ଼ିଆ ସାହିର ମାନ୍ଦୁ ଖେରୱାଡ଼ (୬୦), କାଳିଆ ଖେରୱାଡ଼ (୪୩), ରବି ଖେରୱାଡ଼(୪୦) ଓ ଆଇବି ଖେରୱାଡ଼(୪୩ ) ଚାରିଜଣ ମିଶି ନିକଟସ୍ଥ କୁଲଡିହା ଜଙ୍ଗଲ ପାଦଦେଶ ଜଡ଼ା ହୁଡ଼ିକୁ ସକାଳ ପ୍ରାୟ ୮ ଘଟିକା ସମୟରେ ଛତୁ ତୋଳିବାକୁ ଯାଇଥିଲେ। ଛତୁ ତୋଳିବା ସମୟରେ ଲତା ବୁଦା ଭିତରେ ଲୁଚି ରହିଥିବା ଏକ ଭାଲୁ ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିଲା | ଏଥିରେ ମାନ୍ଦୁ ଏବଂ କାଳିଆ ର ଜଙ୍ଘ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି |ଅଳ୍ପକେ ବର୍ତ୍ତି ଯାଇଛନ୍ତି ରବି ଓ ଆଇବି | ଚିତ୍କାର ଶୁଣି ନିକଟସ୍ଥ ବସ୍ତି ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିବାରୁ ଉକ୍ତ ଭାଲୁ ସ୍ଥାନ ଛାଡ଼ି ପଳାଇ ଯାଇଥିଲା | ସ୍ଥାନୀୟ ଯୁବକ ନିଶିକାନ୍ତ ମହାପାତ୍ରଙ୍କ ସହଯୋଗରେ ୧୦୮ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ପ୍ରଥମେ ଉଦଳା ମେଡ଼ିକାଲକୁ ପଠାଯାଇଥିଲା | ଆଶୁ ଚିକିତ୍ସା କରିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ଆହତଙ୍କୁ ନୀଳଗିରି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
Post a Comment