ବୈକୁଣ୍ଠ ନାଥ ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ବାଲେଶ୍ଵର,୧୩/୧୦(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ପଞ୍ଚାୟତ ଟିଣା - ମଣ୍ଡଗାଁ ବୈକୁଣ୍ଠ ନାଥ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ମହାଳିକ ସଭାପତିତ୍ୟ କରିଥିଲେ। ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ ଉପସ୍ଥିତ ରହି ରୌପ୍ୟ ଜୟନ୍ତୀ ସମାରୋହ ପାଳନର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ହୃଦବୋଧ କରାଇଥିଲେ, ଏବଂ ରୌପ୍ୟ ଜୟନ୍ତୀ ରେ ବିଦ୍ୟାଳୟର "ପ୍ରାଚୀର ପତ୍ର" ( ସ୍କୁଲ ମେଗାଜିନ୍) ବାହାର କରିବା ପାଈଁ ମତ ବ୍ୟକ୍ତ କରିଥଲେ। ଉପସ୍ଥିତ ଅନ୍ୟ ପୁରାତନ ଛାତ୍ର ମାନେ ମଧ୍ଯ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ମାନ ଆଗତ କରିଥିଲେ।
ଉକ୍ତ ସଭାରେ ସମସ୍ତଙ୍କ ମତ ଅନୁଯାୟୀ ଚଳିତ ଅକ୍ଟୋବର ମାସ ୨୬ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା କାର୍ଯକ୍ରମର ଦ୍ଵିତୀୟ ପ୍ରସ୍ତୁତି ବୈଠକ ସକାଳ ୮ ଘଟିକା ସମୟରେ ରଖାଯିବାର ନିଷ୍ପତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବୈକୁଣ୍ଠ ନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ, ପରିଚାଳନା ସମିତିର ସଦସ୍ୟ, ପୁରାତନ ଛାତ୍ର ଛାତ୍ରୀ ଓ ଶିକ୍ଷାବିତ୍ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ମାଧବାନନ୍ଦ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
إرسال تعليق