ମା ବାମକାଳୀ ସ୍ପୋର୍ଟସ କ୍ଲବ୍ ଆନୁକୁଲ୍ୟରେ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ।
ନୀଳଗିରି,୧୪/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଦକ୍ଷିଣ ନରସିଂହପୁର ଗ୍ରାମପଞ୍ଚାୟତ ଗାଙ୍ଗପୁରା ଗ୍ରାମରେ ମା ବାମକାଳୀ ସ୍ପୋର୍ଟସ କ୍ଲବ ତରଫରୁ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଫୁଟବଲ୍ ଖେଳାଳି ପୂର୍ଣ୍ଣଚ଼ନ୍ଦ୍ର ପଣ୍ଡା ଉପସ୍ଥିତ ରହି, ପୂର୍ବତନ ଖେଳାଳି ସ୍ବର୍ଗତ ପ୍ରକାଶ ମହାଳିକ ( ଅରୁଣ )ଙ୍କ ଫଟୋ ରେ ମାଲ୍ୟାର୍ପଣ ଦେଇ ଖେଳ ଆରମ୍ଭ କରିଥିଲେ। ଉଦଯାପନୀ ଉତ୍ସବରେ ନୀଳଗିରି ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ, ବରିଷ୍ଟ ବିଜେଡ଼ି ନେତା ଗଙ୍ଗାଧର ମିଶ୍ର, ରାଜୀବ ଦାସବାବୁ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ଉକ୍ତ ଖେଳରେ ଆଠଗୋଟି ଟିମ୍ ଅଶଂଗ୍ରହଣ କରିଥିଲେ, ଫାଇନାଲ ମୁକାବିଲା ନଟାପଡ଼ା ଫୁଟବଲ୍ କ୍ଲବ୍ ଏବଂ ଗ୍ଲୋବାଲ୍ ଫାଇଟର ଫୁଟବଲ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପେନାଲ୍ଟି ସୁଟ ଆଉଟ୍ ରେ ନଟାପଡ଼ା ଫୁଟବଲ୍ କ୍ଲବ୍ ବିଜେତା ହୋଇଥିଲା। ବିଜେତା ଦଳକୁ ୧୮୦୦୦ ଏବଂ ଉପବିଜେତା ଦଳକୁ ୧୨୦୦୦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ରେଫେରି ଭାବରେ ରତନ ସ୍ବାଇଁ, ରାମ ସିଂ, ସମ୍ଭୁ ସିଂ ଏବଂ ଫାଗୁ ମାଝି ଖେଳକୁ ପରିଚାଳନା କରିଥିଲେ। ଭାଷ୍ୟକାର ଭାବରେ ଶ୍ରୀମାନ୍ କମଳଲୋଚନ ପଣ୍ଡା ଉପସ୍ଥିତ ଥିଲେ। ସୁଜିତ ପ୍ରଧାନ, କମଳଲୋଚନ ନାୟକ, ସତ୍ୟଦେବ ପ୍ରଧାନ, ଦେବାଶିଷ ମହାପାତ୍ର, ଶୁଭମ୍ ପ୍ରଧାନ, ପଙ୍କଜ ପ୍ରଧାନ, ବିଶ୍ଵଜିତ ମହାରଣା, ଲଳିତ ମହାରଣା, ବିସ୍ମୟ ମଲିକ୍, ବନମାଳି ପ୍ରଧାନ, ମହେଶ୍ୱର ପଣ୍ଡା, ରୁପମ୍ କୁମାର ପ୍ରଧାନ, ପାଗଲ ସିଂ, ତ୍ରିଲୋଚନ ପରିଡ଼ା ପ୍ରମୁଖ କ୍ଲବ୍ ର ସଦସ୍ୟ ଉପସ୍ଥିତ ରହି ଖେଳକୁ ପରିଚାଳନା ଦିଗରେ ସହଯୋଗ କରିଥିଲେ।
إرسال تعليق