ବେତକଟା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ।
ନୀଳଗିରି,୧୦/୧୦(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ୍ ଅନ୍ତର୍ଗତ କେସି ପୁର ପଞ୍ଚାୟତର ବେତକଟା ଠାରେ ଅବସ୍ଥିତ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ "ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ୧୧ନଂ ଜୋନର ଜିଲ୍ଲା ପରିଷଦ ସୁବର୍ଣ୍ଣ ମଞ୍ଜରୀ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ସ୍ଥାନୀୟ ପୂର୍ବତନ ସରପଞ୍ଚ ରଘୁନାଥ ସିଂ ଯୋଗ ଦେଇଥିଲେ। ଆରୋଗ୍ୟ ମନ୍ଦିରର ଡଃ. ଅମିୟ କୁମାର ଦାସ, ଡଃ. ପଙ୍କଜ କୁମାର ଭୋଳ ଙ୍କ ସମେତ ଫର୍ମାସି ଅଫିସର, କର୍ମଚାରୀ ଏବଂ ବହୁ ଯୁବଗୋଷ୍ଟୀ ଏଥିରେ ସାମିଲ ହୋଇ ସ୍ୱଚ୍ଛତା ହିଁ ସେବା କାର୍ଯକ୍ରମ କୁ ସଫଳ କରାଇଥିଲେ।
Post a Comment