Header ADS

ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ନିଯୁକ୍ତ ହେଲେ

ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 



ନୀଳଗିରି,୨୦/୧୦(ଓଡ଼ିଶା ଆଦର୍ଶ): ରାଜ୍ୟରେ ନୂତନ କରି ବିଜେପି ଶାସନ କ୍ଷମତାକୁ ଆସିବା ପରେ ବିଜେପି ଶିବିରରେ ଉତ୍ସାହ ଭରି ରହିଛି। ପ୍ରତି ୬ବର୍ଷରେ ଥରେ ବିଜେପି ସାଂଗଠନିକ ନିର୍ବାଚନ ହେଉଥିବା ବେଳେ ଅକ୍ଟୋବର ମାସ ଶେଷ ସୁଦ୍ଧା ଏକକୋଟି ନୂତନ ସଦସ୍ୟ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି। ଏହାପରେ ଦଳର ସାଂଗଠନିକ ନିର୍ବାଚନ ଥିବାରୁ ଜାତୀୟ ବିଜେପି ସଙ୍ଗଠନ ଅଧିକାରୀ ସାଂସଦ ଡ଼ଃ କେ. ଲକ୍ଷ୍ମଣ ଓଡ଼ିଶା ରାଜ୍ୟ ପାଇଁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାଂଗଠନିକ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏଥିସହିତ ଅନ୍ୟ ତିନିଜଣଙ୍କୁ ସହ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ମିଳିଛି। ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଉପସଭାପତି ସୁକେଶ ଓରାମ, ଏବଂ ସାଧାରଣ ସମ୍ପାଦକ ଡ଼ଃ ଯତୀନ ମହାନ୍ତିଙ୍କୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରାଯାଇଥିବା ନେଇ ଅକ୍ଟୋବର ୧୯ତାରିଖ ଜାତୀୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଥିବା ସୂଚନା ମିଳିଛି । ବିଜେପିରେ ମନୋନୀତ ନେତା ନଥାନ୍ତି ବରଂ ବିଜେପି ତୃଣମୂଳ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତରରେ ଏହାର ନିର୍ବାଚନ ପ୍ରକ୍ରିୟାରେ ନେତା ନିର୍ବାଚିତ କରିଥାଏ ବୋଲି ସାଂସଦ ତଥା ନୂତନ ଭାବେ ସାଂଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ ନିଜ ପ୍ରତିକ୍ରିୟାରେ କହିଥିବା ବେଳେ ଏନେଇ ଦିଲ୍ଲୀରୁ ଡାକରା ଆସିଥିବା ଜଣାପଡିଛି।

Post a Comment

Previous Post Next Post
Header ADS