ନଭେମ୍ବର ୧ରେ ଖୋଲିବ କୁଲଡିହା ଅଭୟାରଣ୍ୟ
ପର୍ଯ୍ୟଟକ ଙ୍କ ମୁଖ୍ୟ ଆକର୍ଷଣ ସାଜିବ ନନ୍ଦନକାନନ ର ୨୭ ହରିଣ।
ନୀଳଗିରି,୧୬/୧୦(ଓଡ଼ିଶା ଆଦର୍ଶ):ଆସନ୍ତା ନଭେମ୍ବର ୧ ତାରିଖରେ ଖୋଲିବାକୁ ଯାଉଛି କୁଲଡିହା ହାତୀ ଅଭୟରଣ୍ୟ। ଏନେଇ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏଥର ପର୍ଯ୍ୟଟକ ଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବ ନନ୍ଦନକାନନ ରୁ ଆସିଥିବା ନବାଗତା ୨୭ ହରିଣ। ପ୍ରାପ୍ତ ସୂଚନା ରୁ ଜଣା ପଡ଼ିଛି ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୧୨ ତାରିଖରେ ନନ୍ଦନକାନନ ରୁ ୧୨ ଗୋଟି ହରିଣ ଅଣାଯାଇ କୁଲଡିହା ଅଭୟାରଣ୍ୟ ରେ ଛଡ଼ା ଯାଇଥିଲା। ଏବେ ଗତ ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ରେ ୧୫ ଗୋଟି ହରିଣ ଅଣାଯାଇ ଏକ ସୁରକ୍ଷା ବଳୟରେ ବେରିକେଟ କରାଯାଇ ରଖା ଯାଇଛି, ପରିବେଶ ସହିତ ଖାପ ଖାଇବା ପର୍ଯ୍ୟନ୍ତ ଏଭଳି ଭାବେ ସୁରକ୍ଷାରେ ରଖାଯିବବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ହରିଣଙ୍କୁ କାର୍ଗୋ କେଜ ଗାଡ଼ି ଦ୍ଵାରା ଅଣାଯାଇଥିବା ବେଳେ ସମୁଦାୟ ୨୦୦ ଗୋଟି ହରିଣ ଅଣାଯିବାର କାର୍ଯ୍ୟକ୍ରମ ରହିଛି।ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍ ୧୫ତାରିଖରୁ ବନ୍ଦ ରହିଥିବା ବେଳେ ଶୀତଋତୁ ଆଗମନରେ ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟକୁ ଆସନ୍ତା ନଭେମ୍ବର ୧ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଖୋଲିବ । ପର୍ଯ୍ୟଟକମାନେ ଏଣିକି ଏହାର ମଜା ନେଇପାରିବେ।ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରାଭୋଳଠାରେ ରାତ୍ରିରେ ରହଣୀ ନିମନ୍ତେ ‘‘ରିସିଆ ପ୍ରକୃତି ନିବାସ’’ ରେ ୯ଟି ତମ୍ବଘର, ପିଇବା ପାଣି, ଶୌଚାଳୟ ଏବଂ ଆଲୋକର ବ୍ୟବସ୍ଥା ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ବଣ ପାହାଡ଼ ଘେରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ୍, ୫ଟି ୱାଚ୍ ଟାୱାର ଅତି ନିକଟରୁ ପଶୁପକ୍ଷୀଙ୍କୁ ଦେଖିବାର ବେବସ୍ଥା ରହିଛି ।
Post a Comment