ଅତିରିକ୍ତ ମଙ୍ଗଳ ଅଧିକାରୀ ଙ୍କ ଦୁର୍ଗାପାଙ୍ଗା ସ୍କୁଲ ପରିଦର୍ଶନ।
ବାଲିଗୁଡା, ୪/୧୦(ସନ୍ଦୀପ କୁମାର ନାୟକ) : ସି ସି ଏ ଚୟନରେ ଅନିୟମିତତା ଅଭିଯୋଗ ପରେ ଅତିରିକ୍ତ ମଙ୍ଗଳ ଅଧିକାରୀ ଙ୍କ ଦୂର୍ଗାପାଙ୍ଗା ବିଦ୍ୟାଳୟ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିବା ବେଖିବାକୁ ମିଳିଛି। ସରକାରୀ ବାଳିକା ବିଦ୍ୟାଳୟ ଦୂର୍ଗାପାଙ୍ଗା ପାଇଁ ସିସିଏ ଚୟନରେ ଅନିୟମିତାକୁ ନେଇ ପ୍ରାର୍ଥୀନୀ ମାନଙ୍କ ଅଭିଯୋଗ। ସରକାରଙ୍କ ସବୁ ନିୟମାବଳୀ କୁ ଖୋଲା ଖୋଲି ଭାବେ ଉଲଂଘନ କରୁଛନ୍ତି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ। ନିଜ ଇଚ୍ଛା ମୁତାବକ ପୂଳା ପୁଳା ଟଙ୍କା ନେଇ ସିସିଏ ମହିଳାଙ୍କୁ ନିଯୁକ୍ତି କରିଛନ୍ତି ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ । ଏଭିଳ ସମ୍ବେଦନଶିଳ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପାଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ସୂଚନା ମୁତାବକ ଦୁଇ ବର୍ଷ ପୁର୍ବରୁ ଏହି ବିଦ୍ୟାଳୟ ପାଇଁ ତିନୋଟି ସିସିଏ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳର ସାତ ଜଣ ମହିଳା ପ୍ରାର୍ଥୀନୀ ଆବେଦନ କରିଥିଲେ, ହେଲେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସେହି ପଦବୀ ପୂରଣ ହୋଇଥିବା ଖବର ପାଇ ଅନ୍ୟ ମାନେ ସିସିଏ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ତତ୍ ସହିତ ଏବାବଦରେ ଜିଲ୍ଲାପାଳ କନ୍ଧମାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଅଭିଯୋଗ କରିଛନ୍ତି ଯେ ଏହି ନିଯୁକ୍ତି କିଭଳି ହୋଇଛି ସେ ସମ୍ପର୍କରେ ତଦନ୍ତ କରି ଉପଯୁକ୍ତ ପ୍ରାର୍ଥୀନୀଙ୍କୁ ନିଯୁକ୍ତ କରାଯାଉ ବୋଲି ଦାବି କରୁଛନ୍ତି। ଆଜି ଅତିରିକ୍ତ ମଙ୍ଗଳ ମଙ୍ଗଳ ଅଧିକାରୀ ବାଲିଗୁଡା ତଦନ୍ତ ପାଇଁ ବିଦ୍ୟାଳୟ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ସମସ୍ତ ବିଷୟ ଆଗାମୀ ଦିନରେ ଜଣେଇବି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ। ବିଦ୍ୟାଳୟ ସିସିଏ ଚୟନ ସମ୍ପର୍କରେ ଦୂର୍ଗାପାଙ୍ଗା ଜନ ପ୍ରତିନିଧି ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି,ଦାୟିତ୍ୱରେ ଥିବା ବ୍ଲକ ମଙ୍ଗଳ ଅଧିକାରୀ, କିଛି ଜାଣିନଥିବା ପ୍ରକାଶ କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଫୋନ ଯୋଗେ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି। ଏ ସମସ୍ତ ଘଟଣା ରୁ ଜଣା ପଡୁଛି ଯେ ଏହି ବିଦ୍ୟାଳୟରେ ସିସିଏ ଚୟନରେ ପ୍ରଧାନ ଶିକ୍ଷକ ଶରତ କୁମାର ସାହୁ ଙ୍କ ସମ୍ପୃକ୍ତି ଅଛି , ଯାହା ତଦନ୍ତ ପରେ ଲୋକଲୋଚନ କୁ ଆସିବ। ଆଗାମୀ ୫ ତାରିଖରେ ଜିଲ୍ଲାପାଳ ଅଭିଯୋଗ କରିଥିବା ମହିଳା ମାନଙ୍କୁ ଫୁଲବାଣୀ ଡାକିଥିବା କହିଛନ୍ତି ପ୍ରାର୍ଥୀନୀ ମାନେ।
Post a Comment