Header ADS

କାଳୀପୂଜା ପାଇଁ ଚଳଚଞ୍ଚଳ ପୋଡ଼ାଶୂଳ।

 କାଳୀପୂଜା ପାଇଁ ଚଳଚଞ୍ଚଳ ପୋଡ଼ାଶୂଳ।

ସୀତା ହରଣ ସହିତ ବିଷ୍ଣୁ ସହସ୍ରରୂପ କୁଞ୍ଜ ପାଲଟିବ ମୂଖ୍ୟ ଆକର୍ଷଣ।



ନୀଳଗିରି,୩୦/୧୦(ଓଡ଼ିଶା ଆଦର୍ଶ): ଆଜି ହେଉଛି କାଳୀପୂଜା।  ଭାରତ ବର୍ଷରେ ଆଜିର ଦିନରେ ଆଲୋକର ପର୍ବ ଦୀପାବଳି ବା କାଳୀପୂଜା କୁ ବହୁ ଧୁମ୍ ଧାମରେ ପାଳନ କରନ୍ତି ଭାରତୀୟ। ଓଡିଶାର ବିଭିନ୍ନ ଅଞ୍ଚଳରେ ମା କାଳୀଙ୍କ ମନ୍ଦୀର ହେଉ ବା ମେଢ଼ ମାନଙ୍କରେ ମା ଙ୍କ ପୂଜା ଅର୍ଚ୍ଚନା ରିତିନୀତି ଅନୁଯାୟୀ ପାଳନ କରାଯାଏ। ତନ୍ମଧ୍ୟରୁ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ପୋଡ଼ାଶୂଳ ଛକ ଠାରେ ଥିବା ପ୍ରସିଦ୍ଧ ମା କାଳୀଙ୍କ ମନ୍ଦିରରେ ପୂଜାଅର୍ଚ୍ଚନା ରିତିନୀତି ଅନୁଯାୟୀ ମଧ୍ୟ କରାଯାଇଥାଏ। ଲୋକକଥା ଅନୁଯାୟୀ ଏହି ଠାରେ ମା ଙ୍କ ପୂଜା ଅର୍ଚ୍ଚନା କାହିଁ କେତେ ବର୍ଷରୁ ଚାଲି ଆସୁଛି ତାହା ଉକ୍ତ ବଜାରରେ କେହିବି ସଠିକ୍ ରେ କହି ପାରନ୍ତି ନାହିଁ। ହେଲେ ଦୁଇ ବର୍ଷ ହେବ ମା ଙ୍କ ପୂଜାର୍ଚ୍ଚନା ସ୍ଥାୟୀ ମନ୍ଦିରରେ କରାଯାଉଛି।ଚଳିତ ବର୍ଷ ମା ଙ୍କ ପୂଜାର୍ଚ୍ଚନା ସହିତ ମେଳା ୧୦ ଦିନ ଧରି ଚାଲିବା ନେଇ କହିଛନ୍ତି କମିଟିର ସଭାପତି ଭାସ୍କର ମିଶ୍ର। ଚଳିତ ବର୍ଷ ରାମାୟଣ ର ସୀତା ହରଣ ଏବଂ ଭଗବାନ ବିଷ୍ଣୁଙ୍କ ସହସ୍ରରୂପ କୁଞ୍ଚ ଲୋକଙ୍କୁ ଆକୃଷ୍ଟ କରିବା ସହିତ ମିନାବଜାର, ଦୋଳି, କଣ୍ଢେଇ ନାଚ ସହିତ ୪୦୦ ରୁ ଉର୍ଦ୍ଧ୍ୱ ବିଭିନ୍ନ ଉଠା ଦୋକାନ ଏହି ମେଳାର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି କହିଛନ୍ତି କମିଟିର ସମ୍ପାଦକ ବିନୋଦ କୁମାର ମହାନ୍ତି। ପ୍ରତି ବର୍ଷ ଭୋଳି ଚଳିତ ବର୍ଷ ମଧ୍ୟ ପୋଡ଼ାଶୂଳ ର ମା କାଳି ଯାତ୍ରା କମିଟି ପକ୍ଷରୁ ଦୁଇଟି ଯାତ୍ରା ପାର୍ଟି ପଡ଼ିବାର ସୁଚନା ମିଳିଛି। ପ୍ରଥମେ ଯାତ୍ରା ପାର୍ଟି ରଙ୍ଗମହଲ ୪ ରୁ ୬ ଏବଂ ଦ୍ଵିତୀୟ ଯାତ୍ରା ପାର୍ଟି କଳିଙ୍ଗ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ପଡ଼ିବା ନେଇ କହିଛନ୍ତି କମିଟିର ସଦସ୍ୟ। ତେବେ ଉକ୍ତ କାଳିପୂଜା ଶାନ୍ତି ଶୃଙ୍ଖଳାର ସହିତ ୧୦ ଦିନ ଧରି ଚାଲିବା ସହିତ ସମସ୍ତ କମିଟିର ସଦସ୍ୟ ସଦସ୍ୟା ଙ୍କ ସହଯୋଗ ରେ ସମାପନ ହେବା ନେଇ କହିଛନ୍ତି କମିଟିର କୋଷାଧ୍ୟକ୍ଷ ପିତାମ୍ବର ମିଶ୍ର। ତେବେ ଚଳିତ ବର୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ତା କରାଯାଇଥିବା କହିଛନ୍ତି କମିଟିର ବରିଷ୍ଠ ସଦସ୍ୟ । ପୋଡ଼ାଶୂଳ ବଜାର ର ଦୋକାନ ମାଲିକ ମାନେ ମଧ୍ୟ ଅଞ୍ଚଳବାସୀ ଙ୍କ ସହଯୋଗ କାମନା କରିଛନ୍ତି ।

Post a Comment

Previous Post Next Post
Header ADS