ଫକୀର ମୋହନ ବିଶ୍ବବିଦ୍ୟାଳୟ ରୁ ୩ ସ୍ଵେଚ୍ଛାସେବୀ ପୂର୍ବ ଜୋନ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ ପାଇଁ ଚୟନ
ନୀଳଗିରି,୧୨/୧୦(ଓଡ଼ିଶା ଆଦର୍ଶ):ଫକୀର ମୋହନ ବିଶ୍ବବିଦ୍ୟାଳୟ ଏନ୍.ଏସ.ଏସ. ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ ଚୟନ ଶିବିରରେ ଉଭୟ ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୫୨ ଜଣ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ସ୍ଵେଚ୍ଛାସେବୀ ଚୟନ ହୋଇ ରାଉରକେଲା ସ୍ଥିତ ରାଜ୍ୟସ୍ତରୀୟ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ ଚୟନ ଶିବିର ରେ ଅଂଶ ଗ୍ରହଣ କରିଥିଲେ। ସେହି ପ୍ୟାରେଡ ଚୟନ ଶିବିରରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ପ୍ରାୟ ୨୦୦ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରି ୫୨ ଜଣ ସ୍ଵେଚ୍ଛାସେବୀ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଫକୀର ମୋହନ ବିଶ୍ବବିଦ୍ୟାଳୟ ତରଫରୁ ୩ ଜଣ ସ୍ଵେଚ୍ଛାସେବୀ ଚୟନ ହୋଇ ଆସନ୍ତା ନଭେମ୍ବର ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆସାମରେ ହେବାକୁ ଥିବା ପୂର୍ବ ଜୋନ ପ୍ରାକ୍ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଚୟନ ଶିବିର ରେ ଯୋଗଦାନ କରିବା ବାର୍ତ୍ତା ବିଶ୍ବବିଦ୍ୟାଳୟରେ ଏକ ଉନ୍ମାଦନା ସହ ଖୁସିର ବାତାବରଣ ସୃଷ୍ଟି କରିଛି। ଚୟନ ହୋଇଥିବା ସ୍ଵେଚ୍ଛାସେବୀ ମାନେ ହେଲେ ଜ୍ୟୋତ୍ସ୍ନା ରାଣୀ ପରିଡ଼ା (ତୃପ୍ତି ମହିଳା ମହାବିଦ୍ୟାଳୟ, ବାସୁଦେବପୁର,ଭଦ୍ରକ), ସୁମନ ଦଳାଇ (ଆର୍.ଆଇ. ଏଚ.ଏସ,ଭୋଗରାଇ) ଏବଂ ଅଭିଷେକ ଏ. ବିଶ୍ଵାଳ (ଫକୀର ମୋହନ ବିଶ୍ବବିଦ୍ୟାଳୟ, ବାଲେଶ୍ଵର) ।ତେବେ ମନୋନୀତ ହୋଇଥିବା ୩ ସ୍ଵେଚ୍ଛାସେବୀ ମାନଙ୍କୁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଜାତୀୟ ସେବା ଯୋଜନା ବ୍ୟୁରୋ ସଂଯୋଜକ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ, ବାଲେଶ୍ଵର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଗୌରାଙ୍ଗ ପଣ୍ଡା,ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ କମଳା କାନ୍ତ ଓଝା ସମେତ ବିଭିନ୍ନ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ତଥା ଏନ୍.ଏସ.ଏସ. ସ୍ଵେଚ୍ଛାସେବୀ ମାନେ ଶୁଭେଚ୍ଛା ସହ ଆର୍ଶୀବାଦ ଜଣାଇଛନ୍ତି।
Post a Comment