Header ADS

ପାଣି ରେ ବୁଡ଼ି ବୃଦ୍ଧାଙ୍କ ସଲୀଳ ସମାଧି

 ପାଣି ରେ ବୁଡ଼ି ବୃଦ୍ଧାଙ୍କ ସଲୀଳ ସମାଧି 



ନୀଳଗିରି ,୨୮/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦଲଦଲି ଗ୍ରାମର ସୂର୍ଯ୍ୟମଣୀ ବେହେରା (୭୦) ସକାଳ ନିତ୍ୟକର୍ମ ସାରି ଘର ଗଡିଆ କୁ ଶୌଚ ପାଇଁ ଯାଇଥିବା ବେଳେ ବାତ୍ୟା ର ଲଗାଣ ବର୍ଷା କାରଣରୁ ତୁଠ ଖସଡ଼ା ହୋଇଥିବା ଯୋଗୁଁ ବୃଦ୍ଧାଙ୍କ ପାଦ ଖସିଯିବା ରୁ ଉକ୍ତ ଗଡିଆରେ ପଡିଯାଇ ତାଙ୍କର ପ୍ରାଣ ବାୟୁ ଉଡି ଯାଇ ଥିବା ସୂଚନା ମିଳିଛି l ତାଙ୍କର ୨ ପୁଅ ଅନ୍ୟତ୍ର ଘର ଠାରୁ ବହୁ ଦୁରକୁ ଦିନ ମଜୁରିଆ କାମ କରିବା ପାଇଁ ଯାଇଥିବା ବେଳେ ଖବର ପାଇ ଅପରାହ୍ନ ୪ ଘଟିକା ସମୟରେ ପହଁଞ୍ଚିବା ପରେ ଅନ୍ତେଷ୍ଟି କ୍ରିୟା  ଦେବଗିରି ପାହାଡ଼ ର ପାଦଦେଶ ରେ ସମ୍ପନ୍ନ କରାଯାଇ ଥିଲା | ଖବର ପାଇ ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠି ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦେବା ପାଇଁ ପହଁଞ୍ଚି ଶବ ବ୍ୟବଛେଦ ପରେ ସତ୍କାର କଲେ ସରକାରୀ ସହାୟତା ମିଳିପାରିବ ବୋଲି ଉପଦେଶ ଦେଇଥିଲେହେଁ ଗ୍ରାମବାସୀ ମସାଣି ରୁ ଶବ ଫେରାଯାଏ ନାହିଁ କହି ହିନ୍ଦୁ ରୀତି ଅନୁସାରେ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି l ପରିବାର ନିହାତି ଗରିବ ଦିନ ମଜୁରିଆ ହେବା ସହିତ ଦଶାହ କର୍ମର ଆର୍ଥିକ ବୋଝ ଉଠାଇ ନପାରିବା ପରିସ୍ଥିତି ଥିବା ବେଳେ ଅଞ୍ଚଳ ବାସି ଙ୍କ ସହାୟତା ଲୋଡିଛନ୍ତି l ଏହି ଖବର ଶୁଣିବା ପରେ ଅଞ୍ଚଳ ରେ ଦୁଃଖ ର ଛାୟା ଖେଳି ଯାଇଛି l

Post a Comment

Previous Post Next Post
Header ADS