Header ADS

ସିପିଆଇ(ଏମ) ପକ୍ଷରୁ ବନ୍ୟାଅଞ୍ଚଳ ପରିଦର୍ଶନ ଓ ସହାୟତା ର ପ୍ରତିଶ୍ରୁତି

ସିପିଆଇ(ଏମ) ପକ୍ଷରୁ ବନ୍ୟାଅଞ୍ଚଳ

ପରିଦର୍ଶନ ଓ ସହାୟତା ର ପ୍ରତିଶ୍ରୁତି



ନୀଳଗିରି,୨୭/୧୦(ଓଡ଼ିଶା ଆଦର୍ଶ): ସିପିଆଇଏମ୍ ଦଳ ତରଫରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହିତ କ୍ଷୟ କ୍ଷତି ସଂପର୍କ ରେ ପଚାରି ବୁଝିଛନ୍ତି ପ୍ରତିନିଧି ମଣ୍ଡଳୀ ।ସିପିଆଇଏମ୍ ବାଲେଶ୍ବର ଜିଲ୍ଲା କମିଟିର ଏକ ପ୍ରତିନିଧି ଦଳ ନୀଳଗିରି ଓ ଔପଦା ବ୍ଲକର  ସାତୋଟି ପଞ୍ଚାୟତ ଗସ୍ତ କରିଥିଲେ। ତନ୍ମଧ୍ୟରୁ ଅଯୋଧ୍ୟା, ମିତ୍ରପୁର, ମହିଷାପଟା, କାଂଶ, ନରସିଂହପୁର, ଶ୍ୟାମସୁନ୍ଦରପୁର, କାଣ୍ଡଗରଡି ଓ ନୀଳଗିରି ଏନଏସି  ର ବିଭିନ୍ନ ୱାର୍ଡ ପରିଦର୍ଶନ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ସହିତ ବାତ୍ୟା ଦ୍ଵାରା କ୍ଷୟ କ୍ଷତି ବିଷୟ ରେ ଆଲୋଚନା କହିଥିଲେ। ବାତ୍ୟାରେ ବହୁ ଚାଷ ଜମି ନଷ୍ଟ ହୋଇଛି ତା ସହିତ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗିଛି। ପ୍ରଶାସନ ପକ୍ଷରୁ ଏ ସମ୍ପର୍କ ରେ ଯଥାଶୀଘ୍ର ତଦନ୍ତ କରି କ୍ଷତିଗ୍ରସ୍ତ ଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରଶାସନ କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ପ୍ରତିନିଧି ଦଳରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର, ଜିଲ୍ଲା ସମ୍ପାଦକ ଶିଶିର ହୁଇ, ରାଜ୍ଯ କମିଟି ସଭ୍ଯ ସିତାଂଶୁ ସେନାପତି, ନିର୍ମଳ ନାୟକ, ଜିଲ୍ଲା କମିଟି ସଭ୍ଯ ଜ୍ୟୋତିର୍ମୟ ରାଉତ ପ୍ରମୁଖ ଉକ୍ତ ପ୍ରତିନିଧି ମଣ୍ଡଳୀରେ ଥିବା ନେଇ ସୂଚନା ମିଳିଛି।

Post a Comment

Previous Post Next Post
Header ADS