Header ADS

ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଦାନା’, ରଚିଲା ତାଣ୍ଡବ

   ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ୟାଦାନା’, ରଚିଲା ତାଣ୍ଡବ

     


ଓଡ଼ିଶା ଆଦର୍ଶ ବ୍ୟୁରୋ : ଭୟଙ୍କର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ଯା ‘ଦାନା’ । ଜାରି ରହିଛି ଭୀଷଣ ବାତ୍ଯାର ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ଯା ‘ଦାନା’ । ରାତି ୧୨ଟା ୫ ମିନିଟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ । ଆଉ ପ୍ରାଏ ଘଣ୍ଟାଏ ଭିତରେ ସରିବ ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ବାତ୍ୟା ‘ଦାନା’ ଭିତରକନିକାରେ ତାଣ୍ଡବ ରଚୁଛି । ଉଗ୍ରରୂପ ଧାରଣ କରିଛି ସମୁଦ୍ର । ପ୍ରାୟ ୩ ମିଟରର ଜୁଆର ସମୁଦ୍ରରେ ଉଠୁଛି । ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ପବନ ବୋହିଛି ।

ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗଛ ଭାଙ୍ଗିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ୍ ଖଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ମତ୍ସ୍ୟଜୀବୀ ମାନେ ବାନ୍ଧିଥିବା ଡଙ୍ଗାରୁ ବହୁତ ଜୁଆର ମାଡ଼ରେ ଭାଙ୍ଗି ଯାଇଛି । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି ।

Post a Comment

Previous Post Next Post
Header ADS