Header ADS

ବରହମପୁର ମହୋତ୍ସବ - ୨୦୨୪ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 ବରହମପୁର ମହୋତ୍ସବ - ୨୦୨୪ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 



ନୀଳଗିରି,୨୮/୧୦(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ୍ ର ବଣସୀମା ମଧ୍ୟରେ ଥିବା ପାହାଡ଼ ଘେରା ସବୁଜ ବନାନୀ ରାଜ-ବରହମପୁର ଠାରେ ବରହମପୁର ମହୋତ୍ସବର ଦ୍ଵିତୀୟ ଅଧ୍ୟ୍ୟାୟ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆବାହକ,ତଥା ଯୁବ ସମାଜସେବୀ, ମହୋତ୍ସବର ମେରୁଦଣ୍ଡ ଫ୍ରାନସିସ୍‌ ବେକନ ସ ଙ୍କ ତତ୍ବାବୋଧନରେ ବରହମପୁର ବଜାର ସ୍ଥିତ ରାଜୀବ୍ ଗାନ୍ଧୀ ସେବା କେନ୍ଦ୍ରରେ ସଂଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହୋତ୍ସବର ସଭାପତି ରବି ନାରୟଣ ଚୌଧୁରୀ,ଚେୟାରମେନ୍ କୃତୀବାସ ବେହେରା ଏବଂ ବହୁ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ମହୋତ୍ସବକୁ କିପରି ଗତବର୍ଷ ପରି ଆହୁରି ସୌନ୍ଦର୍ଯ୍ୟମୟ କରାଯାଇ ପାରିବ ଓ ଆଖ ପାଖର ଅଞ୍ଚଳବାସୀ ଏହାର ଆନନ୍ଦ ଉପଭୋଗ କରିପାରିବେ ତାହା ଉପରେ ଆଲୋକ ପାତ କରାଯାଇଥିଲା। ଏହି ବର୍ଷ ମହୋତ୍ସବ ୭ ରୁ ୧୦ ଦିନ ଧରି ହେଉଥିବା ବେଳେ, ବିଭିନ୍ନ ସିନେ ତାରକାଙ୍କ ଆଗମନ ଏବଂ ବାଲେଶ୍ଵର ଜିଲ୍ଲାର ବିଭିନ୍ନ କ୍ଷେତ୍ରର ସଫଳତା ପାଇଥିବା ବ୍ୟକ୍ତି, ବୃଦ୍ଧ, ବୃଦ୍ଧା, ଶିଶୁ, କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ସମ୍ମାନୀତ କରିବାର ଅଭିପ୍ରାୟ ରଖି ବୈଠକକୁ ତୋରାନ୍ୱିତ କରିଥିଲା। ଉକ୍ତ ବୈଠକରେ ଅକ୍ଟୋବର ମାସ ପ୍ରାରମ୍ଭରେ ଏହି ମହୋତ୍ସବ ହେବା ନେଇ ସ୍ଥିରକୃତ କରାଯାଇଥିଲା। ଶେଷରେ ଆବାହକ ଫ୍ରାନ୍ସିସ ବେକନ ସ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS