ବାଲେଶ୍ଵର ପୋଲିସକୁ ମିଳିଲା ବଡ଼ ସଫଳତା
୯ ବାଇକ,୫ଲକ୍ଷ ଟଙ୍କା ସମେତ ସୁନା ଗହଣା ଜବଦ, ୧୦ ଜଣ ଗିରଫ
ବାଲେଶ୍ଵର,୨୦/୧୦(ଓଡ଼ିଶା ଆଦର୍ଶ): ବାଲେଶ୍ଵର ସଦର ଓ ସୋର ଅଞ୍ଚଳରୁ ୯ ବାଇକ୍ ଜବଦ୍ ଏବଂ ୭ ଅଭିଯୁକ୍ତ ଗିରଫ,ସେହିପରି ହଳଦୀପଦା ଠାରେ ଡକାୟତି ମାମଲାରେ ୩ ଅଭିଯୁକ୍ତ ଗିରଫ ୫ ଲକ୍ଷ ଟଙ୍କା ସମେତ ବିଭିନ୍ନ ସୁନା ଗହଣା ଜବତ ହୋଇଛି।
ସୂଚନା ଅନୁଯାୟୀ ବାଲେଶ୍ଵର ସଦର ଏବଂ ସୋର ଥାନା ଅଧୀନରେ ବିଭିନ୍ନ ସମୟରେ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ଆସିବା ପରେ ପୋଲିସ ପକ୍ଷରୁ ଅପରାଧୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ସାତ ଜଣକୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଅଭିଯୁକ୍ତ ଙ୍କ ଠାରୁ ୯ ଟି ବାଇକ ଜବଦ୍ କରି ସଦର ଏବଂ ସୋର କେସ ନମ୍ବର ୪୧୬ ,୪୨୩ , ୮୭୦/ ୨୦୨୪ ନମ୍ୱର୍ ମୂଳେ ୩୦୨ (୨) ବି ଏନ ଏସ ଧାରା ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।
ସେହିପରି ସଦର ଥାନା ଅଧୀନ ହଳଦୀପଦା ଶିଲଡ ଗ୍ରାମର ଗଣେଶ ତପଶ୍ୱନି ଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତ ଙ୍କୁ ସଦର ପୋଲିସ୍ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ଠାରୁ ୫ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଜବଦ୍ କରିଛି। ଅଭିଯୁକ୍ତଙ୍କୁ ସଦର କେସ ନମ୍ବର ୪୧୮ /୨୦୧୪ ନମ୍ୱର୍ ମୂଳେ ୩୧୪(୪),୩୦୫ ବି ଏନ ଏସ ଧାରା ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ବାଲେଶ୍ଵର ଏସପି ରାଜ୍ ପ୍ରସାଦ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି।
Post a Comment