Header ADS

ଚାନ୍ଦିମେଢରେ ଝଲସୁଛନ୍ତି ବରହମପୁର ବାସନ୍ତୀ ବଜାରର ଜଗତ ଜନନୀ ମା ଦୁର୍ଗା ।

 ଚାନ୍ଦିମେଢରେ ଝଲସୁଛନ୍ତି ବରହମପୁର ବାସନ୍ତୀ ବଜାରର ଜଗତ ଜନନୀ ମା ଦୁର୍ଗା ।



ନୀଳଗିରି,୧୧/୧୦(ଓଡ଼ିଶା ଆଦର୍ଶ): ପାପର ବିନାଶ ପାଇଁ ଧାରାପୃଷ୍ଟକୁ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା ଦୁର୍ଗା । ଏଥି ନିମନ୍ତେ ଉତ୍ସବ ମୁଖରିତ ହୋଇ ଉଠିଛି ବାଲେଶ୍ଵର ଜିଲ୍ଲା ନୀଳଗିରିର ସାରା ସହର ସହିତ ବଣସିମାର ବରହମପୁର ଅଞ୍ଚଳ । ଏହି ଅଞ୍ଚଳରେ ୧୯୫୪ ମସିହା ଠାରୁ ଆରମ୍ଭ କରି ଅଦ୍ୟାବଧି ହେଉଅଛି ଜଗତ ଜନନୀ ମା ଦୂର୍ଗାଙ୍କ ପୂଜା । ଉକ୍ତ ପୂଜା ପ୍ରଥମେ ପୁନାସିଆ ଗ୍ରାମରେ ଆରମ୍ଭ ହୋଇଥିଲା ଏବଂ ପରେ ପରେ ବଜାର ମଧ୍ୟରେ ଅସ୍ଥାୟୀ ଟେଣ୍ଡରେ ଆରମ୍ଭ ହୋଇଥିଲା ମା'ଙ୍କ ପୂଜାର୍ଚ୍ଚନା I କାଳକ୍ରମେ ସରକାରରୀ ଅନୁଦାନ କ୍ରମେ ମା ଙ୍କ ସ୍ଥାୟୀ ମଣ୍ଡପ କରା ଯାଉଛି ।ପୂଜା କମିଟି ନୂତନ ଗଠନ ହେବାପରେ କମିଟିର ସଭାପତି ରବିନାରାୟଣ ଚୌଧୁରୀ ଙ୍କ ନେତୃତ୍ବରେ ବିଭିନ୍ ବୁଦ୍ଧିଜୀବି , ଶିକ୍ଷ୍ୟାବିତ୍ ମାନଙ୍କୁ ଏହି କମିଟିର ସଦସ୍ୟ କରାଇଥିଲେ । ଏହିପରି ଭାବେ ସମସ୍ତ ସଦସ୍ୟ ମାନଙ୍କ ସାହାର୍ଯ୍ୟରେ ଦୁଇବର୍ଷ ଧରି ଚାନ୍ଦି ମେଢ଼ରେ ସଜା ଯାଇଛି ମା'ଙ୍କ ମେଢ ଏହି ଚାନ୍ଦିମେଢ କୁ ଦେଖିବା ସହିତ ପୂଜା କରିବା ପାଇଁ ବହୁ ଦୂର ଦୁରାନ୍ତରୁ ଭକ୍ତ ଆସୁଥିବାର ଦେଖିବାର ମିଳୁଛି। ଶାରଦୀୟ ପୂଜା ଉତ୍ସବରେ ମୁଖରିତ ହୋଇ ଝଲସୁଛି ସମଗ୍ର ବରହମପୁର ବାସନ୍ତିକ ବଜାର । ମା'ଙ୍କର ଆଗମନରେ କମିଟିର କର୍ମକର୍ତ୍ତା ମାନେ ଖୁବ୍ ଉତ୍ସାହର ସହିତ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ତନ୍ ମଧ୍ୟରୁ କମିଟିର କର୍ତ୍ତା ଭାବରେ  ଅରବିନ୍ଦ ବେହେର,ପ୍ରଦୀପ କୁମାର ବେହେରାଙ୍କ ସମେତ  କମିଟିର ସଦସ୍ୟ ପ୍ରଫୁଲ୍ଲ ରାଉତ, ରମାକାନ୍ତ ମହାନ୍ତି, ଗୋପବନ୍ଧୁ ପଶା,ରଧା ଗୋବିନ୍ଦ ପଶା, ବାଇଧର ପଣ୍ଡା, ଦୀନବନ୍ଧୁ କବାଟ, ସୁଧାରଞ୍ଜନ ପଶା,ସିଶୁଲ କୁମାର ବେହେରା, ଅନିଲ୍ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ମା'ଙ୍କ କାର୍ଯ୍ୟରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି।

Post a Comment

Previous Post Next Post
Header ADS